ପୋସ୍କୋକୁ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ : ସାଂସଦ ବିଭୁ ତରାଇ

ପୋସ୍କୋ ପ୍ରକଳ୍ପ ସ୍ଥାପନ କଲେ ଆମେ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ। ଏହା କହିଛନ୍ତି ଜଗତସିଂପୁର ସାଂସଦ ବିଭୁ ତରାଇ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି।

9fc856f4-31a2-4e31-8e29-198b085adc77

ଭୁବନେଶ୍ବର: ଜେଏସଡବ୍ଲୁ ସହ ମିଶି ପୋସ୍କୋ ବୃହତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି। ଏନେଇ ଜଗତସିଂପୁର ସାଂସଦ ବିଭୁ ତରାଇ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି।

ସାଂସଦ ବିଭୁ ତରାଇ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବରୁ ପୋସ୍କୋ କେବଳ ଜମି ଅଧିଗ୍ରହଣ ସମସ୍ୟା ନୁହେଁ, ଆନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମ କାରଣରୁ ଓଡ଼ିଶାରୁ ଓହରି ଯାଇଥିଲା ପୋସ୍କୋ। ଏବେ କିନ୍ତୁ ସେ ସମସ୍ୟା ନାହିଁ କି ଜମିର ବି କୌଣସି ସମସ୍ୟା ନାହିଁ। ଅଧିକ ଶିଳ୍ପ ଆସିଲେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହେବ। ପୋସ୍କୋ ପ୍ରକଳ୍ପ ସ୍ଥାପନ କଲେ ଆମେ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe