ରାଜ୍ୟର ୪ଟି ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡ଼ିଛି ୬,୫୮୭ କୋଟି ଟଙ୍କା

Advertisment

ରାଜ୍ୟର ୪ଟି ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡ଼ିଛି ୬ ହଜାରରୁ ଅଧିକ କୋଟି ଟଙ୍କା। ଏନେଇ ଗୃହରେ ତଥ୍ୟ ରଖି ଲିଖିତ ଉତ୍ତର ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସେ।

Updated On

ରାଜ୍ୟର ୪ଟି ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡ଼ିଛି ୬ ହଜାରରୁ ଅଧିକ କୋଟି ଟଙ୍କା। ଏନେଇ ଗୃହରେ ତଥ୍ୟ ରଖି ଲିଖିତ ଉତ୍ତର ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସେ।

ଅଦ୍ୟତନ ହୋଇଛି
234

ଭୁବନେଶ୍ବର: ରାଜ୍ୟର ୪ଟି ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡ଼ିଛି ୬ ହଜାରରୁ ଅଧିକ କୋଟି ଟଙ୍କା। ଏନେଇ ଗୃହରେ ତଥ୍ୟ ରଖି ଲିଖିତ ଉତ୍ତର ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। 

ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡିଛି । ତା ଭିତରୁ ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡ଼ିଛି । 

ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏନେଇ ଆଜି ଗୃହରେ ଏକ ଅଣତାରକା ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ରାଜ୍ୟର କେଉଁ ବିଦ୍ୟୁତ ଆବଣ୍ଟନ କମ୍ପାନୀ ଓ ଦେଶର କେଉଁ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ସରକାରଙ୍କ କେତେ ପ୍ରାପ୍ୟ ବାକି ଅଛି? ଯାହାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି । 

ତା ଭିତରୁ ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe