Statement Law Minister ତ୍ବରିତ ନ୍ୟାୟ ପ୍ରଦାନ କରିବାକୁ ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ପ୍ରତିଷ୍ଠା ସଂପର୍କରେ ସରକାର ଚିନ୍ତା କରୁଛନ୍ତି: ଆଇନ ମନ୍ତ୍ରୀ

Advertisment

ଆଜି ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ପ୍ରତିଷ୍ଠା ସଂପର୍କରେ ସରକାର ଚିନ୍ତା କରୁଛନ୍ତି।

ଆଜି ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ପ୍ରତିଷ୍ଠା ସଂପର୍କରେ ସରକାର ଚିନ୍ତା କରୁଛନ୍ତି।

Prithviraj Harichandan

statement of law minister on the-capital-minor-girl-gang-rape case Photograph: (Sambad.in)

ଭୁବନେଶ୍ବର: ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି  ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ପ୍ରତିଷ୍ଠା ସଂପର୍କରେ ସରକାର ଚିନ୍ତା କରୁଛନ୍ତି। ଆଜି ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ 

ସୂଚନାଯୋଗ୍ୟ, ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଥିଲେ। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।  ଅଭିଯୋଗ ଅନୁସାରେ ନାବାଳିକାଜଣକ ଗତ ୧୦ ତାରିଖ ଦିନ ନିଜ ପୁରୁଷବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଏକ ବାଇକ୍‌ରେ ଯାଇଥିଲେ।

ଆହୁରି ପଢ଼ନ୍ତୁ: Guardians Locked School Gate ବିଦ୍ୟାଳୟରୁ ଚାଉଳ ହଡ଼ପ ଘଟଣାରେ ତାତିଲେ ଅଭିବାବକ, ବିଦ୍ୟାଳୟ ଫାଟକରେ ତାଲା ମାରି ପ୍ରତିବାଦ

ପୁରୁଷବନ୍ଧୁଙ୍କୁ ମାଡ଼ମାରି ବାନ୍ଧିପକାଇଲେ
ସନ୍ଧ୍ୟା ବେଳେ ଫେରିବା ସମୟରେ ୪ରୁ ୫ ଜଣ ଅଭିଯୁକ୍ତ ସେମାନଙ୍କ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଅଟକାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ଯୁବକଜଣକ ମନା କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ବାଇକ୍‌ରୁ ଭିଡ଼ି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏହା ସହିତ ପଥରରେ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ପୀଡ଼ିତା ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଜୋର ଜବରଦସ୍ତ ଦୟା ନଦୀପଠାର ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇଥିଲେ। ସେଠାରେ ପୁରୁଷବନ୍ଧୁଙ୍କୁ ବାନ୍ଧିଦେଇ ମାଡ଼ମାରିବା ସହିତ ତାଙ୍କ ସମ୍ମୁଖରେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀଙ୍କ ଅନ୍ୟ ସହଯୋଗୀମାନେ ସେହି ଯୁବତୀଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଦୁଷ୍କର୍ମ କରିବା ପରେ ମଧ୍ୟ ଦୁର୍ବୃତ୍ତମାନେ ଅଟକି ନଥିଲେ। ସେମାନେ ପୀଡ଼ିତାଙ୍କ ବେକରୁ ସୁନାଚେନ୍ ଓ ଟଙ୍କା ଛଡ଼ାଇ ନେଇଥିଲେ। ପରେ ଦୁଷ୍କର୍ମକାରୀମାନେ ଏ‌କଥା କାହାକୁ ଜଣାଇଲେ ଜୀବନରୁ ମାରିଦେବା ସହିତ ଭିଡିଓ ଭାଇରାଲ୍‌ କରିବାକୁ  ଧମକ ଦେଇ ପଳାଇଥିଲେ। ପରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ ବହୁ କଷ୍ଟରେ ସେଠାରୁ ଆସି ହସ୍ପିଟାଲ ଯାଇଥିଲେ। ୧୧ ତାରିଖ ଦିନ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
କେମିତି ଧରାପଡ଼ିଲେ
ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପାଇବା ପରେ ପୁଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଏହାର ଯାଞ୍ଚ କରିଥିଲା। ୧୦ ତାରିଖ ସନ୍ଧ୍ୟା ବେଳେ ଏହି ଘଟଣା ଘଟିଥିବାରୁ, ସେହି ନିଛାଟିଆ ସ୍ଥାନରେ କେଉଁମାନେ ବସାଉଠା କରନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲା।  ସେହିପରି ମୋବାଇଲ ଫୋନ୍‌ ଆକ୍ଟିଭ୍‌ ନେଇ ଇଣ୍ଟେଲଜେନ୍ସି ରିପୋର୍ଟ ସଂଗ୍ରହ କରିଥିଲା। ଏ ସମସ୍ତ ତଥ୍ୟକୁ ସମୀକ୍ଷା କରି ପୁଲିସ ୩/୪ ଜଣଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଉଠାଇ ଆଣିଥିଲା। ଥାନାରେ ଅଟକ ରଖି  ସେମାନଙ୍କୁ ପଚରାଉଚରା କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ପୀଡ଼ିତା ନାବାଳିକାଙ୍କୁ ଥାନାକୁ ଡକାଇଥିଲା। ସେଠାରେ ପୀଡ଼ିତା ବିଭୁ ଓ କାଳନ୍ଦୀଙ୍କୁ ଚିହ୍ନଟ କରିଥିଲେ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe