ପାର୍ବଣ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନାହିଁ: ମନମୋହନ ସାମଲ

ଆଜି ସମ୍ବଲପୁର ଗସ୍ତବେଳେ ମନମୋହନ ସାମଲ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଏବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନାହିଁ।

52

ସମ୍ବଲପୁର: ଦୀର୍ଘ ଦିନ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ଚର୍ଚ୍ଚା ଜୋର୍ ହେଇ ଆସୁଛି। କିଛି ବିବାଦୀୟ ମନ୍ତ୍ରୀଙ୍କୁ ହଟାଯିବା ସହିତ, କିଛି ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଇ ଆସୁଥିଲା। ହେଲେ ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଏବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନାହିଁ।

ଆଜି ସମ୍ବଲପୁର ଗସ୍ତବେଳେ ମନମୋହନ ସାମଲ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନମୋହନ କହିଛନ୍ତି ଯେ, ନିଗମ ଆଉ ବୋର୍ଡ ପାଇଁ ଏବେ ଯୋଜନା ଚାଲିଛି। ଖୁବ୍‌ ଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ ହେବ। ହେଲେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ହେବନି।

ମୋହନ ସରକାରକୁ ଦେଢ଼ ବର୍ଷ ପୂରିଥିଲେ ବି ଏଯାଏଁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କିଛି ମନ୍ତ୍ରୀ, ଏକାଧିକ ପଦବି ମାଡ଼ିବସିଥିଲେ ବି ମନ୍ତ୍ରିମଣ୍ଡଳ ଅଦଳବଦଳ ହେଇନି । ତେଣୁ ଚର୍ଚ୍ଚା ହେଉଥିଲା ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ସହିତ କିଛି ନୂଆ ମୁହଁଙ୍କୁ ସାମିଲ କରାଯାଇପାରେ। ହେଲେ ରାଜ୍ୟ ସଭାପତି କିନ୍ତୁ ସିଧାସଳଖ କହିଦେଇଛନ୍ତି ଯେ, ରାଜ୍ୟରେ ପାର୍ବଣ ପୂର୍ବରୁ ହେବନି ମନ୍ତ୍ରିମଣ୍ଡଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe