ନଭେମ୍ବରରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ।

ଅଦ୍ୟତନ ହୋଇଛି
15ba8825-dc35-4c83-8da7-2529d036ff46

ଭୁବନେଶ୍ବର: ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ଇ-କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନେଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ରାଜ୍ୟରେ ସରକାର ବଦଳିବା ପରେ ନୂଆ ସରକାର ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜାଣିବାକୁ ଚାହୁଁଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ମାସ ଠାରୁ ଇ-କେୱାଇସି କରୁଛନ୍ତି।

ଏବେବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ନୂଆ ରାସନକାର୍ଡ ମିଳିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe