ଓଡ଼ିଶା ଆଗାମୀ ଦିନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ

Advertisment

ଓଡ଼ିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନେଇ ଆଜି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଏଭଳି କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ ।

ଓଡ଼ିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନେଇ ଆଜି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଏଭଳି କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ ।

ଭଗ

ଭୁବନେଶ୍ବର: ଓଡ଼ିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନେଇ ଆଜି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଏଭଳି କହିଛନ୍ତି।  ସେ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ । ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଓଡ଼ିଶା ଆସିବେ। ଓଡ଼ିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପୂର୍ବ ସରକାରରେ ଦୁଇ ଦଶନ୍ଧି ଧରି ସବୁ ସମ୍ଭାବନା ଥାଇ ବି ଓଡ଼ିଶା ଶିଳ୍ପର ମରୁଭୂମି ପାଲଟିଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ। ସରକାରଙ୍କ ଲକ୍ଷ୍ୟ ରହିଛି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ କରିବା । 

ଆସନ୍ତାକାଲିଠୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ନିବେଶ ପାଇଁ ଓଡ଼ିଶା ଆସୁଛନ୍ତି ଶିଳ୍ପହସ୍ତୀ। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ। ବଡ ବଡ ବିଜନେସ ଟାଇକୁନ ଏଲ.ଏନ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରଓ୍ୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି ନରେନ୍ଦ୍ରନ ଆସିବେ। ଯାହା ଉତ୍କର୍ଷ ଓଡ଼ିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି। ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର। ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe