୨୦୨୪ରେ ଲୋକେ ବିଜେଡିର ଅସଲ ଚେହେରା ଚିହ୍ନି ଜବାବ ଦେଲେ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ବିଜେଡିର ଆନ୍ଦୋଳନ ଜୋରଦାର୍ କରିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଜବାବ ରଖିଛନ୍ତି। ସେ କହଛନ୍ତି, ଏ ଆନ୍ଦୋଳନ କରିବା ପାଇଁ କଣ ଆମେ ଅନୁମତି ଦେବୁ | ଯିଏ ଆନ୍ଦୋଳନ କରେ କଣ କୁହେ |

New Project (10)

ଭୁବନେଶ୍ବର: ବିଜେଡିର ଆନ୍ଦୋଳନ ଜୋରଦାର୍ କରିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଜବାବ ରଖିଛନ୍ତି। ସେ କହଛନ୍ତି, ଏ ଆନ୍ଦୋଳନ କରିବା ପାଇଁ କଣ ଆମେ ଅନୁମତି ଦେବୁ | ଯିଏ ଆନ୍ଦୋଳନ କରେ କଣ କୁହେ | ଯିଏ କୁହେ, ସେ କରେନାହେଁ | ନିର୍ବାଚନ ଛଡ଼ା ସେମାନେ କିଛି କରନ୍ତି କି ? ୨୦୨୪ରେ ଲୋକେ ସେମାନଙ୍କ ଅସଲ ଚେହେରା ଚିହ୍ନି ଜବାବ ଦେଲେ |

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାବାସୀ ବିପଦରେ ପଡିଲା ବେଳେ ସେମାନେ ଲୋକଙ୍କ କଥା ଚିନ୍ତା କରନ୍ତୁ | ଆଗାମୀ ପଞ୍ଚାୟତ ନିର୍ବାଚନ କଥା ଚିନ୍ତା କରୁଛନ୍ତି, ଚକା ଆଖି ସବୁ ଦେଖୁଛି ଭଗବାନ କେବେ କ୍ଷମା ଦେବେନି | ଯିଏ ପାଣିରେ ବୁଡ଼େ ସିଏ ତଳକୁ ତଳକୁ ଯାଏ | କ୍ଷମତାରୁ ଗଲାପରେ ରାତିରେ ସେମାନଙ୍କୁ ନିଦ ହଉନି | ଏମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ | ଯେଉଁ ନିର୍ବାଚନ ଦିଶୁନାହିଁ ଏବଂ କ୍ଷମତାକୁ ଫେରିବାର ବି ଦିଶୁନାହିଁ ସେଭଳି ନିର୍ବାଚନ କଥା ଚିନ୍ତା କରୁଛନ୍ତି କରନ୍ତୁ |  ରାଜନୀତିରେ ଯିଏ ଯାହା ଦୃଷ୍ଟିକୋଣରେ କାମ କରନ୍ତି, ଯେଉଁମାନେ ନିଜ ଦଳକୁ ସଂଗଠିତ କରି ଆଗାମୀ ନିର୍ବାଚନ ଜିତିବେ ଆପତ୍ତି ନାହିଁ | ଏ ପରିସ୍ଥିତିରେ ଯେଉଁମାନେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କରନ୍ତୁ। କିନ୍ତୁ  ମୁଁ ଓ ଆମ ସରକାର ଓଡ଼ିଶାବାସୀଙ୍କ ସେବାରେ ଅହରହ  ଲାଗିପଡ଼ିଛନ୍ତି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ଓଡ଼ିଶାବାସୀ ବିପଦରେ ପଡିଲା ବେଳେ ସେମାନେ ଲୋକଙ୍କ କଥା ଚିନ୍ତା କରନ୍ତୁ | ଆଗାମୀ ପଞ୍ଚାୟତ ନିର୍ବାଚନ କଥା ଚିନ୍ତା କରୁଛନ୍ତି, ଚକା ଆଖି ସବୁ ଦେଖୁଛି ଭଗବାନ କେବେ କ୍ଷମା ଦେବେନି | ଯିଏ ପାଣିରେ ବୁଡ଼େ ସିଏ ତଳକୁ ତଳକୁ ଯାଏ | କ୍ଷମତାରୁ ଗଲାପରେ ରାତିରେ ସେମାନଙ୍କୁ ନିଦ ହଉନି | ଏମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ | ଯେଉଁ ନିର୍ବାଚନ ଦିଶୁନାହିଁ ଏବଂ କ୍ଷମତାକୁ ଫେରିବାର ବି ଦିଶୁନାହିଁ ସେଭଳି ନିର୍ବାଚନ କଥା ଚିନ୍ତା କରୁଛନ୍ତି କରନ୍ତୁ |  ରାଜନୀତିରେ ଯିଏ ଯାହା ଦୃଷ୍ଟିକୋଣରେ କାମ କରନ୍ତି, ଯେଉଁମାନେ ନିଜ ଦଳକୁ ସଂଗଠିତ କରି ଆଗାମୀ ନିର୍ବାଚନ ଜିତିବେ ଆପତ୍ତି ନାହିଁ | ଏ ପରିସ୍ଥିତିରେ ଯେଉଁମାନେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କରନ୍ତୁ। କିନ୍ତୁ  ମୁଁ ଓ ଆମ ସରକାର ଓଡ଼ିଶାବାସୀଙ୍କ ସେବାରେ ଅହରହ  ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ବିଜେଡି ବିଧାୟକ ଅରୁଣ ସାହୁ ଆନ୍ଦୋଳନ କରିବ ବୋଲି କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ସ୍ଵାର୍ଥ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ବ୍ୟାହତ ହେଉଛି। ଏବେ ବିଜେପି ସରକାର ରାଜ୍ଯରେ। କିନ୍ତୁ କେନ୍ଦ୍ର ଅବହେଳା ଏବେବି ଜାରି ରହିଛି। ୧୪ ମାସ ଶାସନ ଭିତରେ ମହିଳା ସୁରକ୍ଷା ଚିନ୍ତାଜନକ ବିଷୟ, ଦାଦନ ସମସ୍ୟା ଉତ୍କଟ,  ଚାଷୀ ସାର ପାଉନି। ୨୫ ବର୍ଷ ପରେ ଆମେ ବିରୋଧୀ ଆସନକୁ ଆସିଛୁ।  ଏବେ ଅପେକ୍ଷା କରନ୍ତୁ, ଆଗକୁ ବିରୋଧ ଜୋରଦାର୍ ବିରୋଧ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe