କୋଟିଆବାସୀଙ୍କୁ ଆଗାମୀ ଦିନରେ ଓଡ଼ିଶା ସରକାର ଯେଉଁ ସେବା ଯୋଗାଇଦେବେ, ଆନ୍ଧ୍ର ସରକାର ତାହା ଦେଇ ପାରିବେ ନାହିଁ

କୋଟିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। 

New Project (6)

ଭୁବନେଶ୍ବର: କୋଟିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। 

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ପହଞ୍ଚି ସେବା ପ୍ରଦାନ କରିବା ହେଉଛି କୋଟିଆ ସମସ୍ୟାର କାରଣ ।ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେଠାରେ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ସର୍ଭେ କରିଛନ୍ତି। ଆଗାମୀ ଦିନରେ ରେସନ କାର୍ଡ ପାଇଁ ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯିବେ। ମୁଁ ନିଜେ ମଧ୍ୟ କୋଟିଆ ଯାଇ ସେଠାରେ ଲୋକମାନଙ୍କର ଯାହା ଯାହା ସମସ୍ୟା ରହିଛି, ସେ ସବୁ ଲିପିବଦ୍ଧ କରି ଆଣିଛି। ଆଗାମୀ ଦିନରେ କୋଟିଆ ବାସିନ୍ଦାଙ୍କ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। କୋଟିଆବାସୀ ଆଗାମୀ ଦିନରେ ଓଡ଼ିଶା ସରକାର ପକ୍ଷରୁ ଯେଉଁ ସେବା , ଭଲ ପାଇବା ପାଇବେ, କେବେ ମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର ତାହା କୋଟିଆ ବାସିନ୍ଦାଙ୍କୁ ଦେଇ ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe