ହନୁମାନଙ୍କ ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନା: ଦୋକାନ ବଜାର ବନ୍ଦ, ରାସ୍ତାରୋକ

Advertisment

ବିଳମ୍ବିତ ରାତିରେ ବଡ଼ବିଲ ନିଉ ମାର୍କେଟ ଅଞ୍ଚଳରେ ଥିବା ହନୁମାନ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଖବର ପ୍ରଚାର ହେବାପରେ ଆଜି ସକାଳ ସମୟରୁ ବଡ଼ବିଲରେ ବିକ୍ଷୋଭ ଜାରି ରହିଛି। ସ୍ଥାନୀୟ ହିନ୍ଦୁ ସଂଗଠନ ଏବଂ ବିଜେପି ପକ୍ଷରୁ ସହରର ସମସ୍ତ ଛକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

ବିଳମ୍ବିତ ରାତିରେ ବଡ଼ବିଲ ନିଉ ମାର୍କେଟ ଅଞ୍ଚଳରେ ଥିବା ହନୁମାନ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଖବର ପ୍ରଚାର ହେବାପରେ ଆଜି ସକାଳ ସମୟରୁ ବଡ଼ବିଲରେ ବିକ୍ଷୋଭ ଜାରି ରହିଛି। ସ୍ଥାନୀୟ ହିନ୍ଦୁ ସଂଗଠନ ଏବଂ ବିଜେପି ପକ୍ଷରୁ ସହରର ସମସ୍ତ ଛକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

bnj

ବଡ଼ବିଲ: ଗତ ୨୨ ତାରିଖ ବିଳମ୍ବିତ ରାତିରେ ବଡ଼ବିଲ ନିଉ ମାର୍କେଟ ଅଞ୍ଚଳରେ ଥିବା ହନୁମାନ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଖବର ପ୍ରଚାର ହେବାପରେ ଆଜି ସକାଳ ସମୟରୁ ବଡ଼ବିଲରେ ବିକ୍ଷୋଭ ଜାରି ରହିଛି। ସ୍ଥାନୀୟ ହିନ୍ଦୁ ସଂଗଠନ ଏବଂ ବିଜେପି ପକ୍ଷରୁ ବଡ଼ବିଲ ସହରର ସମସ୍ତ ଛକ ସ୍ଥାନରେ, ଫିଲ୍ମହଲ ଛକ, ବାଟାଛକ, ବଙ୍ଗଳା ଛକ, କିରିବୁରୁ ଛକ, ବିର୍ସାମୁଣ୍ଡା ଛକ, ଓଏମସି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ତେବେ ଘଟଣା ସ୍ଥଳରୁ ପୁଲିସ ଭଙ୍ଗାଯାଇଥିବା ହନୁମାନ ମୂର୍ତ୍ତିକୁ ଥାନାକୁ ନେଇଯାଇଥିବାରୁ, ହିନ୍ଦୁମାନଙ୍କ ପ୍ରତି ଏହା ଘୋର ଅପମାନ କହି ଆନ୍ଦୋଳନକାରୀ ଆନ୍ଦୋଳନକୁ ବ୍ୟାପକ କରିଥିବା ଜଣାଯାଇଛି। ବଡ଼ବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜଣେ ମାନସିକ ରୋଗୀକୁ ଏହି ମୂର୍ତ୍ତିଭଙ୍ଗା ଘଟଣାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ଏଣେ, ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ତେବେ ଘଟଣା ସ୍ଥଳରୁ ପୁଲିସ ଭଙ୍ଗାଯାଇଥିବା ହନୁମାନ ମୂର୍ତ୍ତିକୁ ଥାନାକୁ ନେଇଯାଇଥିବାରୁ, ହିନ୍ଦୁମାନଙ୍କ ପ୍ରତି ଏହା ଘୋର ଅପମାନ କହି ଆନ୍ଦୋଳନକାରୀ ଆନ୍ଦୋଳନକୁ ବ୍ୟାପକ କରିଥିବା ଜଣାଯାଇଛି। ବଡ଼ବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜଣେ ମାନସିକ ରୋଗୀକୁ ଏହି ମୂର୍ତ୍ତିଭଙ୍ଗା ଘଟଣାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

bnj

 ଜିଲ୍ଲା ମୁଖ୍ୟାଳୟରୁ ଏକ ସ୍ବତନ୍ତ୍ର ଦଳ ବଡ଼ବିଲରେ ପହଞ୍ଚି ତଦନ୍ତକୁ ତ୍ଵରାନିତ କରିଥିବା ଜଣାଯାଇଛି। ଖବର ଲେଖାହେବା ଯାଏ କୌଣସି ହିଂସା ହୋଇନଥିବାବେଳେ, ଦୁଇ ପ୍ଲାଟୁନ ଫୋର୍ସ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିଭିନ୍ନ ଆଖଡ଼ା ଦଳ ପକ୍ଷରୁ ବଡ଼ବିଲର ବିଭିନ୍ନ ୱାର୍ଡରେ ଜୟ ଶ୍ରୀରାମ ଧ୍ୱନି ଦିଆଯାଇ ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe