ନାବାଳିକା ଝିଅକୁ ସାବତ ବାପାର ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଅଟକ

ଜଣେ ୧୨ ବର୍ଷର ନାବାଳିକା ଝିଅକୁ ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ବସୁପାଲି ଅଞ୍ଚଳର ଜଣେ ମହିଳା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଟେନସା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ।

Rape

ପାଳଲହଡ଼ା: ଜଣେ ୧୨ ବର୍ଷର ନାବାଳିକା ଝିଅକୁ ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ବସୁପାଲି ଅଞ୍ଚଳର ଜଣେ ମହିଳା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଟେନସା ଅଞ୍ଚଳର ଜଣେ ଲୋକଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ତାଙ୍କର ଗୋଟିଏ ଝିଅ ଥିଲା। ଦ୍ୱିତୀୟ ବିବାହ ପରେ ୧୨ ବର୍ଷର ନାବାଳିକାକୁ ପାଳଲହଡ଼ା ଉପଖଣ୍ଡ ଅଞ୍ଚଳର ଏକ କନ୍ୟାଶ୍ରମରେ ଥିବା ଆଦିବାସୀ ଛାତ୍ରୀନିବାସରେ ପାଠ ପଢ଼ିବା ପାଇଁ ଛାଡ଼ିଥିଲେ।

ଗତ ୧୫ ତାରିଖ ଦିନ ସାବତ ବାପା ଆଈର ଦେହ ଖରାପ କହି ସ୍କୁଲ୍‌ କର୍ତୃପକ୍ଷଙ୍କୁ ଜଣାଇ ଝିଅକୁ ସାଙ୍ଗରେ ଟେନସା ନେଇଯାଇଥିଲେ। ପରେ ଘରେ କେହି ନଥିବା ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଶନିବାର ପୁଣି ଝିଅକୁ ସ୍କୁଲ୍‌ରେ ଛାଡ଼ି ଦେଇଥିଲେ। ସୋମବାର ମା’ ଝିଅକୁ ନେବା ପାଇଁ ଆସିବାରୁ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଅଭିଯୋଗ ଅନୁସାରେ, ଗତ ୧୫ ତାରିଖ ଦିନ ସାବତ ବାପା ଆଈର ଦେହ ଖରାପ କହି ସ୍କୁଲ୍‌ କର୍ତୃପକ୍ଷଙ୍କୁ ଜଣାଇ ଝିଅକୁ ସାଙ୍ଗରେ ଟେନସା ନେଇଯାଇଥିଲେ। ପରେ ଘରେ କେହି ନଥିବା ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଶନିବାର ପୁଣି ଝିଅକୁ ସ୍କୁଲ୍‌ରେ ଛାଡ଼ି ଦେଇଥିଲେ। ସୋମବାର ମା’ ଝିଅକୁ ନେବା ପାଇଁ ଆସିବାରୁ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ନାବାଳିକାର ମାମୁଘର ପକ୍ଷରୁ ପାଳଲହଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ପୁଲିସ ସାବତ ବାପାକୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାର ଡାକ୍ତରୀ ମଇନା କରାଯାଇ ବୟାନ ରେକର୍ଡ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିବାରୁ ପାଳଲହଡ଼ା ଥାନାରେ ଶୂନ୍ୟ ଏତଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ ହସ୍ତାନ୍ତର କରାଯିବ ବୋଲି ପାଳଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ପ୍ରକାଶ କରିଥିଲେ।

angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe