ବିଧାୟକଙ୍କ ଘରୁ ଚୋରି ଘଟଣା: ପୁଲିସ୍‌ ଖୋଲିପାରିବ ତ ଡିଭିଆର୍‌ର ରହସ୍ୟ?

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବାସ ଭବନରୁ ମଙ୍ଗଳବାର ଦିନ ଚୋରି ଘଟଣା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଝାରସୁଗୁଡ଼ା ଥାନା ପୁଲିସ୍‌ ପ୍ରଥମେ ଏହି ଘଟଣାକୁ ଫାଙ୍କୁଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tankadhara Tripathy

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବାସ ଭବନରୁ ମଙ୍ଗଳବାର ଦିନ ଚୋରି ଘଟଣା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଝାରସୁଗୁଡ଼ା ଥାନା ପୁଲିସ୍‌ ପ୍ରଥମେ ଏହି ଘଟଣାକୁ ଫାଙ୍କୁଥିବା ବେଳେ ଶାନ୍ତି ଆପାର୍ଟମେଣ୍ଟର ଗୋପାଳ ଲାଲ୍‌ ଲୋଧାଙ୍କ ଏତଲାକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଝାରସୁଗୁଡ଼ା ସହରରୁ ‌ଖୋଦ୍‌ ବିଧାୟକଙ୍କ ବାସ ଭବନରୁ ଚୋରି ହେଉଥିବା ବେଳେ ଏଠାରେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ବି ପ୍ରଶ୍ନ ଉଠିଲାଣି। ସେପଟେ, ସାମାନ୍ୟତମ ବାଇକ୍‌ ଚୋରି ଘଟଣାର ଟେର୍‌ ପାଉନଥିବା ଝାରସୁଗୁଡ଼ା ଥାନା ପୁଲିସ୍‌ ବିଧାୟକଙ୍କ ଘର ଡିଭିଆର୍‌ ଚୋରିର ରହସ୍ୟର ଫର୍ଦ୍ଦାଫାସ କରିପାରିବ ନା ନାହିଁ ସେନେଇ ବି ଲୋକଙ୍କ ମନରେ ଆଶଙ୍କା ହେଲାଣି।

ଶ୍ରୀ ଲୋଧାଙ୍କ ଏତଲା ଆଧାରରେ ମଙ୍ଗଳବାର ସକାଳ ୭ଟାରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ବାସଭବନ ଥିବା ଫ୍ଲାଟ ନଂ ୨୦୫ର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ସେ ବିଧାୟକଙ୍କ ଘର ଭିତ‌ରେ ପଶି ଦେଖିବା ବେଳକୁ ଫ୍ଲାଟ୍‌ ଭିତରେ ଥିବା ସିସିଟିଭି କ୍ୟାମେରାର ଡିଭିଆର୍‌ ଚୋରି ହୋଇଯାଇଥିବା ଜଣାପଡ଼ିଥିଲ‌ା।

ବିଧାୟକଙ୍କ ଘରେ ପଶିବା ବେଳକୁ ଶ୍ରୀ ଲୋଧାଙ୍କ ସହ ବିନୟ ମୋଦି ମଧ୍‌ୟ ଉପସ୍ଥିତ ଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଚୋରି କରିଥିବା ସେ ଜାଣିବାକୁ ପାଇଥିଲେ। ପଡ଼ୋଶୀ ଭାବରେ ସେ ଏନେଇ ଥାନାରେ ଏତଲା ଦେଇଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଧାୟକଙ୍କୁ ଦେଖା କରିବାକୁ ଅନେକ ‌ବ୍ୟକ୍ତି ତାଙ୍କ ନିକଟକୁ ଯାଇଥାନ୍ତି। ଏହାସହିତ ବିଧାୟକଙ୍କ ଘରେ ବି ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ଏଭଳି ସ୍ଥିତିରେ ଉକ୍ତ ଡିଭିଆର୍‌ରେ ଏଭଳି କେଉଁ ଫୁଟେଜ ରହିଥିଲା, ଯାହା ଚୋରି ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାୟକଙ୍କ ଘରୁ ଚୋରି ପରେ ବିଧାୟକଙ୍କ ସୁରକ୍ଷା ପ୍ରତି ବି ଅଙ୍ଗୁଳି ଉଠିଲାଣି।

 Jharsuguda | Tankadhar Tripathi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe