ତାଲାବନ୍ଦ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି

ନବରଙ୍ଗପୁର ସହରରେ ପୁଣି ଆରମ୍ଭ ହେଲା ଚୋରି। ଘରେ ତାଲା ପଡ଼ିବା ମାତ୍ରକେ ହେଉଛି ଚୋରି। ଘରେ କେହି ସଦସ୍ୟ ନ ଥିବାର ସୁଯୋଗ ନେଇ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି ସହରର ଆସାମ କୋଲନିରୁ।

ngp-chori (2)

ନବରଙ୍ଗପୁର: ନବରଙ୍ଗପୁର ସହରରେ ପୁଣି ଆରମ୍ଭ ହେଲା ଚୋରି। ଘରେ ତାଲା ପଡ଼ିବା ମାତ୍ରକେ ହେଉଛି ଚୋରି। ଘରେ କେହି ସଦସ୍ୟ ନ ଥିବାର ସୁଯୋଗ ନେଇ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି ସହରର ଆସାମ କୋଲନିରୁ। ରାସ୍ତା ଠାରୁ ମାତ୍ର ୫୦ ମିଟର ଦୂରରେ ରହୁଥିବା କେ ଓମ୍ କାର ବ୍ରହ୍ମା ଙ୍କ ଘରେ  ‌ହୋଇଛି ଚୋରି।  

ମେଡିକାଲ କାମ ନେଇ ଗତ ବୁଧବାର ଠାରୁ ବିଶାଖାପାଟଣା ଯାଇଥିଲେ ଓମରକାର। ଘରକୁ ତାଲା ଦେଇ ଯାଇଥିଲେ। ସେ ରବିବାର ଦିନ ସକାଳୁ ଯେତେବେଳେ ଘରକୁ ଫେରି ଦେଖନ୍ତି ତେବେ ଘର ସମ୍ମୁଖ ଗେଟର ତାଲା ଭାଙ୍ଗିଥିବା ବେଳେ ଘର ମଧ୍ୟରେ ଥିବା ଆଲମିରା ଖୋଲ ରହିଛି ଏବଂ  ଆସବାବପତ୍ର, ଲୁଗାପଟା ଏଣେ ତେଣେ ପଡିଛି। ଏହାସହ ଆଲମାରୀରେ ଥିବା ପ୍ରାୟ ଦୁଇ ତୁଳା ଓଜନ ର ସୁନା ଗହଣା ଓ ୧ ଲକ୍ଷ ୪୦ ଟଙ୍କା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପଡ଼ିଶା ଘରେ ସିସିଟିଭି ଫୁଟେଜରେ ଦୁଇ ଜଣ ଚୋର ଚୋରି କରି ଫେରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦୀ ହୋଇଛି। ଏ ସମ୍ପର୍କରେ କେ ଓମ୍ କାର ବ୍ରହ୍ମା ନବରଙ୍ଗପୁର ଟାଉନ ପୁଲିସ ଥାନାରେ ଜଣାଇ ଥିଲେ। ପୁଲିସ ଏ ସମ୍ୱନ୍ଧରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ଅପରପକ୍ଷରେ ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଚୋରି ଘଟଣାକୁ ନେଇ ପୁଲିସ ପ୍ରତି ଚୋରଙ୍କ ଭୟ ନ ଥିବା ନେଇ  ସାଧାରଣରେ ଚର୍ଚ୍ଚା ହେଉଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe