ରାୟଗଡ଼ା ନିକଟରେ ବନ୍ଦେ ଭାରତ ଉପରକୁ ଟେକା ମାଡ଼: ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା ରେଳ ଷ୍ଟେସନ ନିକଟବର୍ତ୍ତୀ ଲାଡ଼ା ଷ୍ଟେସନ ଠାରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକା ଫୋପାଡିଥିଲା। ଫଳରେ ଟ୍ରେନର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା ଦେଖିବାକୁ ମିଳିଛି।

Vande bharat rayagada

Vande bharat rayagada Photograph: (sambad.in)

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ ନିକଟବର୍ତ୍ତୀ ଲାଡ଼ା ଷ୍ଟେସନ ଠାରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକା ଫୋପାଡିଥିଲା। ଫଳରେ ଟ୍ରେନର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା ଦେଖିବାକୁ ମିଳିଛି।

ଏନେଇ ବନ୍ଦେ ଭାରତ କର୍ମଚାରୀ ଆରପିଏଫଙ୍କୁ ଅବଗତ କରିଥିବାବେଳେ ରେଳବାଇ କର୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିବା ଷ୍ଟେସନ ମ୍ୟାନେଜେର ପ୍ରକାଶ କରିଛନ୍ତିI ବନ୍ଦେ ଭାରତ ଟ୍ରେନର କର୍ମଚାରୀ ଅଭିଯୋଗ ପରେ  ତଦନ୍ତ ହେବ ବୋଲି ଷ୍ଟେସନ ମ୍ୟାନେଜର ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ବନ୍ଦେ ଭାରତ ଟ୍ରେନକୁ ସନ୍ଧ୍ୟା ସମୟରେ ବିଶାଖାପାଟଣା-ରାୟଗଡ଼ା ରେଳ ଷ୍ଟେସନ ମଧ୍ୟରେ ଥିବା ରାୟଗଡ଼ା ଜିଲ୍ଲାର ଲାଡା ଷ୍ଟେସନ ପIରି ହେବା ବେଳେ କେହି ଟ୍ରେନ୍‌ ଉପରକୁ ପଥର ଫୋପାଡି ଥିଲେ। ଫଳରେ ଟ୍ରେନ୍‌ ଝରକାର କାଚରେ ଫାଟ ହୋଇଛି। ତେବେ କିଏ କାହିଁକି ଏହି ପଥରେ ଫୋପଡ଼ିଲା ତାହା ଜଣାପଡ଼ିନାହିଁI ତଦନ୍ତ ପରେ ଜଣାପଡ଼ିବ ବୋଲି ଆରପିଏଫ ସୂଚନା ଦେଇଛନ୍ତି।

Rayagada | Vande Bharat train

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe