ରାଉରକେଲା ନିକଟରେ ଦିନକ ପରେ ଟ୍ରେନ୍‌ ଉପରେ ପୁଣି ପଥରମାଡ଼

Advertisment

ବନ୍ଦେଭାରତ ପରେ ଆଜି ପୁଣି ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ରାଉରକେଲା-ବନ୍ଧମୁଣ୍ଡା ଷ୍ଟେସନ ମଧ୍ୟସ୍ଥ ଫଟାପାଇପ୍‌ ନିକଟରେ ଟ୍ରେନ୍‌ର ଏସି ବଗିକୁ ପଥର ମାଡ଼ କରାଯାଇଛି।

ବନ୍ଦେଭାରତ ପରେ ଆଜି ପୁଣି ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ରାଉରକେଲା-ବନ୍ଧମୁଣ୍ଡା ଷ୍ଟେସନ ମଧ୍ୟସ୍ଥ ଫଟାପାଇପ୍‌ ନିକଟରେ ଟ୍ରେନ୍‌ର ଏସି ବଗିକୁ ପଥର ମାଡ଼ କରାଯାଇଛି।

ରାଉରକେଲା/ବନ୍ଧମୁଣ୍ଡା: ବନ୍ଦେଭାରତ ପରେ ଆଜି ପୁଣି ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ରାଉରକେଲା-ବନ୍ଧମୁଣ୍ଡା ଷ୍ଟେସନ ମଧ୍ୟସ୍ଥ ଫଟାପାଇପ୍‌ ନିକଟରେ ଟ୍ରେନ୍‌ର ଏସି ବଗିକୁ ପଥର ମାଡ଼ କରାଯାଇଛି। ଫଳରେ ଗୋଟିଏ ଏସି କୋଚ୍‌ର କାଚ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଯାତ୍ରୀ ହତାହତ ହୋଇନାହାନ୍ତି। ବି-୪ କୋଚ୍‌ର ୭୧ ନମ୍ବର ବର୍ଥର କାଚ କ୍ଷତିଗ୍ରସ୍ତ ହୋଇଛି। ବନ୍ଧମୁଣ୍ଡା ଆର୍‌ପିଏଫ୍‌ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ବିହାରର ଆରା ଯାଉଥିଲା। ଫଟାପାଇପ୍‌ ବସ୍ତିର ଛୋଟପିଲା ପଥରମାଡ଼ କରିଥିବା ଟ୍ରେନ୍‌ର ଯାତ୍ରୀମାନେ କହିଛନ୍ତି। ଟ୍ରେନ୍‌ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବା ପରେ କାଚକୁ ମରାମତି କରାଯାଇଥିଲା।

ଗତ ବୁଧବାର ଦିନ ସାଢ଼େ ୧୨ଟାବେଳେ ପୁରୀରୁ ରାଉରକେଲା ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରେ କାଂସବାହାଲ-କଲୁଙ୍ଗା ଷ୍ଟେସନ୍‌ ମଝିରେ ପଥରମାଡ଼ ହୋଇଥିଲା। ଉକ୍ତ ଘଟଣାରେ ମଧ୍ୟ କୋଚ୍‌ର କାଚ ଭାଙ୍ଗିବା ସହ ୨ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe