କୁର୍ଲା-ଶାଲିମାର ଏକ୍ସପ୍ରେସ୍‌ ଉପରେ ପଥରମାଡ଼, ଯାତ୍ରୀ ଅତଙ୍କିତ

ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି। ଶନିବାର ରାତି ପ୍ରାୟ ଅଢ଼େଇଟା ସମୟରେ କେତେକ ଦୁର୍ବୃତ୍ତ ବିଳାସପୁରରୁ ରାଉରକେଲା ଅଭିମୁଖେ ଆସୁଥିବା ଟ୍ରେନ୍‌ ସଂଖ୍ୟା ୧୮୦୨୯ କୁର୍ଲା-ଶାଲିମାର ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ କରିଛନ୍ତି।

a2c108c3-53ab-4807-96a9-fa3c11451fb0

ବନ୍ଧମୁଣ୍ଡା: ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି। ଶନିବାର ରାତି ପ୍ରାୟ ଅଢ଼େଇଟା ସମୟରେ କେତେକ ଦୁର୍ବୃତ୍ତ ବିଳାସପୁରରୁ ରାଉରକେଲା ଅଭିମୁଖେ ଆସୁଥିବା ଟ୍ରେନ୍‌ ସଂଖ୍ୟା ୧୮୦୨୯ କୁର୍ଲା-ଶାଲିମାର ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ କରିଛନ୍ତି। ଟ୍ରେନଟି ବ୍ରଜରାଜନଗର ଅତିକ୍ରମ କରିବା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଟ୍ରେନର ବି-୨ କୋଚ୍‌ର ୨୫ ଓ ୨୮ ନମ୍ବର ସିଟ୍ ପାଖରେ ଥିବା ଝରକାରେ ପଥରମାଡ଼ ହୋଇଥିଲା। ଟ୍ରେନ୍‌ରେ ଉପସ୍ଥିତ ଟିଟିଇ ଘଟଣା ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଟ୍ରେନ୍‌ଟି ଝାରସୁଗୁଡ଼ାରେ ପହଞ୍ଚିବା ପରେ ରେଳବାଇ ଅଧିକାରୀମାନେ ଉକ୍ତ କୋଚ୍‌ର ଯାତ୍ରୀଙ୍କ ଅବସ୍ଥା ପଚାରି ବୁଝିଥିଲେ। ପଥର ମାଡ଼ରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

 ଉଲ୍ଲେଖଯୋଗ୍ୟ ଯେ ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର ଇତ୍ୟାଦି ସ୍ଥାନରେ ଆର୍‌ପିଏଫ୍ ଦ୍ୱାରା ନିରନ୍ତର ସଚେତନତା ଅଭିଯାନ ଚାଲିଥିବା ସତ୍ତ୍ୱେ, ଅସାମାଜିକଙ୍କ ଦ୍ଵାରା ଟ୍ରେନ ଉପରେ ପଥରମାଡ଼ ଘଟଣା କମ୍‌ ହେଉନାହିଁ। ଗତ ଦୁଇମାସ ମଧ୍ୟରେ ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର ଓ ଅନ୍ୟାନ୍ୟ ନିକଟବର୍ତ୍ତୀ ସ୍ଥାନରେ ଏକାଧିକ ଥର ଟ୍ରେନ ଉପରେ ପଥରମାଡ଼ ହୋଇଛି। ଏହି କାରଣରୁ ରେଳଯାତ୍ରୀ ଆତଙ୍କିତ ଥିବାବେଳେ ଝରକା ପାଖ ସିଟରେ ବସିବାକୁ ଭୟ କରୁଛନ୍ତି।

Rourkela | Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe