ତେଲେନଡିହି ଜଙ୍ଗଲରୁ ଭୋଗ୍ରାକଛାର ଯାଏ ଲମ୍ବିଛି ଚୋରା ଖଣି

Advertisment

ଜଙ୍ଗଲ ନାଳ ଡେଇଁ ରତନସରା ପହଞ୍ଚିବା ପରେ ମାଳ ମାଳ ଚୋରା ଖଣି ନଜରକୁ ଆସିଥିଲା। ଜେସିବି, ପୋକଲିନ ଲଗାଇ ମାଫିଆ ଉପର ମାଟି କାଢ଼ିଦେବା ପରେ ମାତ୍ର କିଛି ଫୁଟ୍ ତଳେ ଥିବା କୋଇଲା ଉତ୍ତୋଳନ କରି ହାଇୱା ଯୋଗେ ଚୋରାଚାଲାଣ କରୁଥିବା ଜଣାପଡ଼ିଛି।

ଜଙ୍ଗଲ ନାଳ ଡେଇଁ ରତନସରା ପହଞ୍ଚିବା ପରେ ମାଳ ମାଳ ଚୋରା ଖଣି ନଜରକୁ ଆସିଥିଲା। ଜେସିବି, ପୋକଲିନ ଲଗାଇ ମାଫିଆ ଉପର ମାଟି କାଢ଼ିଦେବା ପରେ ମାତ୍ର କିଛି ଫୁଟ୍ ତଳେ ଥିବା କୋଇଲା ଉତ୍ତୋଳନ କରି ହାଇୱା ଯୋଗେ ଚୋରାଚାଲାଣ କରୁଥିବା ଜଣାପଡ଼ିଛି।

zx

ସୁନ୍ଦରଗଡ଼: ଏମସିଏଲ ଖଣି କ୍ଷେତ୍ର ଗୋପାଳପୁର ନିକଟ କୁଲାପଡ଼ା-ତେଲେନଡିହି ଜଙ୍ଗଲରେ ବଡ଼ ଧରଣର ଚୋରା ଖଣି ଠାବ କରିଥିଲା ସମ୍ବାଦ ଓ କନକନ୍ୟୁଜ ଟିମ୍। ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି କିପରି ମାଫିଆମାନେ କଳାହୀରାର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରି ଶତାଧିକ ଖଣିରୁ ହଜାର ହଜାର ଟନ୍ କୋଇଲା ଲୁଟି ଚାଲିଛନ୍ତି,  ତାର ଆଖି ଖୋସିଦେଲା ଭଳି ଚିତ୍ର ସାମ୍ନାକୁ ଆଣିଥିଲେ। ଏହାପରେ ଖଣି ବିଭାଗ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ଏବେ ପୁଣି ଅନ୍ୟ ଅଞ୍ଚଳରେ ଚୋରା ଖଣି ଠାବ ହୋଇଛି। ମାଫିଆମାନେ ତେଲେନଡିହି ଜଙ୍ଗଲରୁ ରତନସରା, ଭୋଗ୍ରାକଛାର ଯାଏ କିଲୋମିଟର କିଲୋମିଟର ବ୍ୟାପି ଚୋରା  ଖଣି ଖୋଳି ଶହ ଶହ ଟନ୍ କୋଇଲା ଚୋରାଚାଲାଣ କରୁଥିବା ଦେଖାଯାଇଛି। ତେଲେନଡ଼ିହି ପରେ ମାଫିଆଙ୍କ ରତନସରା ଠିକଣାରେ  ପହଞ୍ଚିଥିଲା ସମ୍ବାଦ ଓ କନକନ୍ୟୁଜ।

ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି କିପରି ମାଫିଆମାନେ କଳାହୀରାର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରି ଶତାଧିକ ଖଣିରୁ ହଜାର ହଜାର ଟନ୍ କୋଇଲା ଲୁଟି ଚାଲିଛନ୍ତି,  ତାର ଆଖି ଖୋସିଦେଲା ଭଳି ଚିତ୍ର ସାମ୍ନାକୁ ଆଣିଥିଲେ। ଏହାପରେ ଖଣି ବିଭାଗ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ଏବେ ପୁଣି ଅନ୍ୟ ଅଞ୍ଚଳରେ ଚୋରା ଖଣି ଠାବ ହୋଇଛି। ମାଫିଆମାନେ ତେଲେନଡିହି ଜଙ୍ଗଲରୁ ରତନସରା, ଭୋଗ୍ରାକଛାର ଯାଏ କିଲୋମିଟର କିଲୋମିଟର ବ୍ୟାପି ଚୋରା  ଖଣି ଖୋଳି ଶହ ଶହ ଟନ୍ କୋଇଲା ଚୋରାଚାଲାଣ କରୁଥିବା ଦେଖାଯାଇଛି। 


ଜଙ୍ଗଲ ନାଳ ଡେଇଁ ରତନସରା ପହଞ୍ଚିବା ପରେ ମାଳ ମାଳ ଚୋରା ଖଣି ନଜରକୁ ଆସିଥିଲା। ଜେସିବି, ପୋକଲିନ ଲଗାଇ ମାଫିଆ ଉପର ମାଟି କାଢ଼ିଦେବା ପରେ ମାତ୍ର କିଛି ଫୁଟ୍ ତଳେ ଥିବା କୋଇଲା ଉତ୍ତୋଳନ କରି ହାଇୱା ଯୋଗେ ଚୋରାଚାଲାଣ କରୁଥିବା ଜଣାପଡ଼ିଛି। ଆଗକୁ ଆଗକୁ ଚତୁର୍ଧାରା ନାଳ କଡ଼େ କଡ଼େ ଲମ୍ବି ଯାଇଛି ଚୋରା ଖଣି। ହେଲେ ପ୍ରଶାସନ, ଏମସିଏଲ, ଖଣି ବିଭାଗ ସବୁ ଜାଣି ବି ଚୁପ୍ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe