ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

Advertisment

ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

suresh pujari 1

ଭୁବନେଶ୍ବର: ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି।

ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି। ଏଣେ କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି।

ଏଣେ କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।  କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ଲଢୁଛନ୍ତି | କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି | ଓଡ଼ିଶାରେ ବିଚଳିତ ହେବା ଭଳି ସ୍ଥିତି ନାଇଁ | ବଡ଼ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି | ଆବଶ୍ୟକତାକୁ ଦୃଷ୍ଟିରେ ଆଗାମୀ ଦିନରେ ଅନ୍ୟ ଅଧିକାରୀଙ୍କ ଉପରେ ଲାଗୁ ହେବ। ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି | ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ହୀରାକୁଦ, ବଲାଙ୍ଗୀର ଗୋଳାବାରୁଦ କାରଖାନା , ପୁରୀ ଉପରେ ସ୍ଵତନ୍ତ୍ର ନଜର | ହୀରାକୁଦକୁ ଯାତାୟତ ଉପରେ ସଂପୂର୍ଣ୍ଣ ନିଷେଧ କରାଯାଇଛି | ଯେଉଁ କେନ୍ଦ୍ରୀୟ  ଅନୁଷ୍ଠାନଗୁଡ଼ିକ ଆତଙ୍କବାଦ ଟାର୍ଗେଟରେ ରହିପାରେ, ସେଗୁଡ଼ିକର ସୁରକ୍ଷା ବଢାଇ ଦିଆଯାଇଛି। ପୂର୍ବରୁ ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ, ସେମାନଙ୍କ ଉପରେ ନଜର ରଖାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ  ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି | ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ବି ସୁରକ୍ଷା ବଢ଼ାଇଦିଆଯାଇଛି।
ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭାରତୀୟ ନୌସେନା ପଇଁତରା ମାରୁଛି। କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ମଧ୍ୟ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସୁଛି, ତାହାକୁ କାର୍ଯକାରୀ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe