ଯାଜପୁର: ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ନୋଟିସ ଜାରି କରିଛନ୍ତି। ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଫିସରେ ଅନୁପସ୍ଥିତ ରୁହନ୍ତି, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର କିଛି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ନଦେଇ ହେଡକ୍ୱାର୍ଟର ଛାଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଯାହା ଫଳରେ ସରକାରୀ କାମରେ ବାଧା ଉପୁଜିବା ସହ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ସମସ୍ୟା ଜଣାଇବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମୟାନୁସାରେ କୌଣସି କାମ ହୋଇପାରୁନାହିଁ। ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଅନେକ ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।
ଆହୁରି ପଢ଼ନ୍ତୁ: Attack Young Man Thrown ଗାଁ ଦାଣ୍ଡରେ ଯୁବକକୁ ଦଉଡ଼ିରେ ବାନ୍ଧି ଘୋଷାଡ଼ିଲେ, ଅଚେତ ଅବସ୍ଥାରେ ଫାଣ୍ଡିରେ ଫିଙ୍ଗି ଚାଲିଗଲେ
କାର୍ଯ୍ୟକ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ
ଜିଲ୍ଲାପାଳ କହିଛନ୍ତି ଯେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରଶାସନ ସର୍ବଦା ତତ୍ପର ରହିଛି। ତେଣୁ କାର୍ଯ୍ୟକ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତାଗିଦ୍ କରିଛନ୍ତି। ଏହି କଡ଼ା ନିର୍ଦ୍ଦେଶ ପାଇବା ପରେ ଅଧିକାରୀମାନେ ବ୍ୟବସ୍ଥା ଭିତରେ ରହି ନିୟମାନୁସାରେ ଦାୟିତ୍ଵ ତୁଲାଇବେ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/06/untitled-8-2025-12-06-15-02-25.jpg)