କରଞ୍ଜିଆଠାରେ ରାଜସ୍ୱ ଅମଲା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ତୃଣମୂଳସ୍ତରରୁ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜସ୍ୱ ଅମଲାମାନେ ଆଜି ଠାରୁ କାର୍ଯ୍ୟବନ୍ଦ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେଧାରଣା ଦେଇଛନ୍ତି।

karanjia

ଚଢ଼େଇଭଳ: ତୃଣମୂଳସ୍ତରରୁ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜସ୍ୱ ଅମଲାମାନେ ଆଜି ଠାରୁ କାର୍ଯ୍ୟବନ୍ଦ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେଧାରଣା ଦେଇଛନ୍ତି।  ୧୦ ଦଫା ଦାବି ପୂରଣ ଦିଗରେ ସରକାରଙ୍କ ଉଦାସିନତା ପ୍ରତିବାଦରେ ଜୁଲାଇ ୭ ତାରିଖ ଠାରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନଥିଲା। ତେଣୁ ଅଗଷ୍ଟ ୮ ତାରିଖ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନକରିବାରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ଅଗଷ୍ଟ ୧୧ ତାରିଖ ଠାରୁ ସମଗ୍ର ରାଜ୍ୟର ରାଜସ୍ୱ ଅମଲାତନ୍ତ୍ରଙ୍କ ସହ ପାଞ୍ଚପୀଢ ଉପଖଣ୍ଡର ସମସ୍ତ ରାଜସ୍ୱ ଅମଲା ସମୁହ ଛୁଟିରେ ଯାଇ ଅନିର୍ଦ୍ଦିଷ୍ଟ କାଳପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।

ଦାବି ଗୁଡ଼ିକ ମଧ୍ୟରେ ଅମଲାଙ୍କ ଦରମା ଲେଭେଲ ୯କୁ ବୃଦ୍ଧି, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ଜିଲ୍ଲାପାଳଙ୍କ ସୁପାରିଶକୁ ଭିତ୍ତି କରି ନୂତନ ପଦବି ସୃଷ୍ଟି ଓ ପୁନର୍ଗଠନ କରିବା, କନିଷ୍ଠ ଅମଲା ମାନଙ୍କ ରେସିଡେନ୍ସି ୬ ବର୍ଷ ସ୍ଥାନରେ ୪ ବର୍ଷ କରିବା, ରାଜ୍ୟ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ବାର୍ଷିକ ୨୦ ଲକ୍ଷ ସ୍ୱାସ୍ଥ୍ୟ ବୀମା ଲାଗୁ,୨୦୨୨ ପରିବର୍ତ୍ତେ ୧୯୯୦ ନିୟମ ଅନୁଯାୟୀ ପୁନଃ ଥଇଥାନ କରିବା ଓ ନୂତନ ପେନସନ ଯୋଜନା ପରିବର୍ତ୍ତେ ପୁରାତନ ପେନସନ ଲାଗୁ କରିବା ପ୍ରଭୃତି ରହିଛି। 

କରଞ୍ଜିଆ ଠାରେ ମଧ୍ୟ ପାଞ୍ଚପୀଢ଼ ଉପଖଣ୍ଡର ଉପଜିଲ୍ଲାପାଳ,ତହସିଲ, ବ୍ଲକ, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନେ  ଛୁଟିରେ ଚାଲିଯାଇ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନ କରୁଛନ୍ତି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ଓ ଏହି ଆନ୍ଦୋଳନରେ ସନ୍ତୋଷ ଦେହୁରୀ, କପିଳେନ୍ଦ୍ର ମହାନ୍ତ, ଲଷ୍ମୀନାରାୟଣ ମହାନ୍ତ, ଲାବଣ୍ୟମୟୀ ନାୟକ,ମଞ୍ଜୁଶ୍ରୀ ଦାସ, ତାପସ ପାତ୍ର, ଦିଲ୍ଲୀପ ପଲେଇ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲୁ ରହିଛି। ତେଣୁ ସମସ୍ତ ରାଜସ୍ୱ ଅମଲା ସଂଘ ସଦସ୍ୟଙ୍କ ଅନୁପସ୍ଥିତିରେ ଉପରୋକ୍ତ ସମସ୍ତ କାର୍ଯ୍ୟାଳୟର ଦୈନନ୍ଦିନ ଜନହିତକର କାର୍ଯ୍ୟ ଠପ୍ ହୋଇଯାଇଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe