ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଶବ ରଖି ଧାରଣା

Advertisment

ବନ୍ଦର ଭିତରେ ୱାଗନ ସାଇଟରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ପର୍କୀୟ, ପରିବାର ଲୋକ କ୍ଷତିପୂରଣ ଦାବିରେ ବନ୍ଦର ୩ ନମ୍ବର ଫାଟକ ଆଗରେ ଧାରଣାରେ ବସିଥିଲେ। ଆଜି ଧାରଣା ଜାରି ରହିଛି |

ବନ୍ଦର ଭିତରେ ୱାଗନ ସାଇଟରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ପର୍କୀୟ, ପରିବାର ଲୋକ କ୍ଷତିପୂରଣ ଦାବିରେ ବନ୍ଦର ୩ ନମ୍ବର ଫାଟକ ଆଗରେ ଧାରଣାରେ ବସିଥିଲେ। ଆଜି ଧାରଣା ଜାରି ରହିଛି |

xcf


ଜଗତସିଂହପୁର: ବନ୍ଦର ଭିତରେ ୱାଗନ ସାଇଟରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଗତକାଲି ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା | ସମ୍ପର୍କୀୟ, ପରିବାର ଲୋକ କ୍ଷତିପୂରଣ ଦାବିରେ ବନ୍ଦର ୩ ନମ୍ବର ଫାଟକ ଆଗରେ ଧାରଣାରେ ବସିଥିଲେ। ଆଜି ଧାରଣା ଜାରି ରହିଛି | ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚି ବୁଝାସୁଝା କରିଛି।

ମୃତ ଶ୍ରମିକଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦାବିକରି ସାଥୀ ଶ୍ରମିକ ଓ ମୃତ ଶ୍ରମିକର ପରିବାର ପାରାଦୀପ ବନ୍ଦର ତିନି ନମ୍ବର ଫାଟକ ସମ୍ମୁଖରେ ଶବ ରଖି ଧାରଣାରେ ବସି ରହିଛନ୍ତି l ଯେଉଁ ପର୍ଯ୍ୟନ୍ତ କମ୍ପାନି ତରଫରୁ ଦାବି ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି l ଯାହାକୁ ନେଇ ତିନି ନମ୍ବର ଗେଟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ଆଜି ତାର ମୃତ୍ୟୁ ଘଟିଛି।
 ମୃତ ଶ୍ରମିକଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ନବାଡିଆ ଗ୍ରାମରେ ହୋଇଥିବା ବେଳେ ପାରାଦୀପ ପୋର୍ଟ ମଧ୍ୟରେ ଏକ ଠିକା କମ୍ପାନୀ ଆଇପିଆରସିଏଲ ଅଧୀନରେ କାମ କରୁଥିଲେ ବୋଲି ଜଣାପଡିଛି।

 ତେବେ ମୃତ ଶ୍ରମିକଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦାବିକରି ସାଥୀ ଶ୍ରମିକ ଓ ମୃତ ଶ୍ରମିକର ପରିବାର ପାରାଦୀପ ବନ୍ଦର ତିନି ନମ୍ବର ଫାଟକ ସମ୍ମୁଖରେ ଶବ ରଖି ଧାରଣାରେ ବସି ରହିଛନ୍ତି l ଯେଉଁ ପର୍ଯ୍ୟନ୍ତ କମ୍ପାନି ତରଫରୁ ଦାବି ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି l ଯାହାକୁ ନେଇ ତିନି ନମ୍ବର ଗେଟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe