ଚନ୍ଦାହାଣ୍ଡି: ଓଡ଼ିଶା ଡ୍ରାଇଭର ମହାସଙ୍ଘ ୭ଦଫା ଦାବିକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଡ୍ରାଇଭର ସଙ୍ଘର ଶୁକ୍ରବାର ଚତୁର୍ଥ ଦିନରେ ଷ୍ଟିଅରଂ ଛାଡ଼ ଆନ୍ଦୋଳନ ଜାରି ରହିଥିଲା। ଗାଡି ଚଲାଉ ଥିବା ଡ୍ରାଇଭରମାନଙ୍କୁ ଗାଡି ସହ ଅଟକାଇ ସେମାନଙ୍କୁ ମୁଣ୍ଡିଆ ମାରି ତାଙ୍କ ଠାରୁ ଆଶୀର୍ବାଦ ନେଇ ଥିବା ଦେଖିବାକୁ ମିଳିଥିଲାl
ଗାଡି ଚଲାଉ ଥିବା ଡ୍ରାଇଭରମାନଙ୍କୁ ଗାଡି ସହ ଅଟକାଇ ସେମାନଙ୍କୁ ମୁଣ୍ଡିଆ ମାରି ତାଙ୍କ ଠାରୁ ଆଶୀର୍ବାଦ ନେଇ ଥିବା ଦେଖିବାକୁ ମିଳିଥିଲାlମୁଣ୍ଡିଆ ନେଇଥିବା ଡ୍ରାଇଭରମାନେ ସଙ୍ଘକୁ କ୍ଷମା ପାର୍ଥନା କରିବା ସହ ଆଗାମୀ ଦିନରେ ଏସବୁ ନ କରି ସଙ୍ଘର କଥା ଅନୁସାରେ ଚଳିବା ପାଇଁ ସାମୁହିକ ଶପଥପାଠ କରିଥିଲେl ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସମୟରେ ଗାଡି ଚଳାଉ ଥିବା ଚାଳକମାନେ ବିନା ଲାଇସେନ୍ସରେ ଗାଡି ଚଳାଉ ଥିବା ବେଳ କେତେଜଣ ନାବାଳକ ରହିଥିଲେ l
ମୁଣ୍ଡିଆ ନେଇଥିବା ଡ୍ରାଇଭରମାନେ ସଙ୍ଘକୁ କ୍ଷମା ପାର୍ଥନା କରିବା ସହ ଆଗାମୀ ଦିନରେ ଏସବୁ ନ କରି ସଙ୍ଘର କଥା ଅନୁସାରେ ଚଳିବା ପାଇଁ ସାମୁହିକ ଶପଥପାଠ କରିଥିଲେl ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସମୟରେ ଗାଡି ଚଳାଉ ଥିବା ଚାଳକମାନେ ବିନା ଲାଇସେନ୍ସରେ ଗାଡି ଚଳାଉ ଥିବା ବେଳ କେତେଜଣ ନାବାଳକ ରହିଥିଲେ l ଏହାକୁ ନେଇ ପରିବହନ ବିଭାଗ ଏବଂ ପୁଲିସର ଭୂମିକାକୁ ନେଇ ସଂଘ ପ୍ରଶ୍ନ କରିଛିl ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସଙ୍ଘ ଦାବି କରିଛିl ସଙ୍ଘର ଆନ୍ଦୋଳନ ସମୟରେ ଏଥିରେ ସାମିଲ ନ ହୋଇ ଗାଡ଼ି ଚଲାଉ ଥିବା ଫଳରେ ସଙ୍ଘର ସମ୍ମାନହାନୀ ହେବା ସହ ଏକତା ଭାବ ଖୁର୍ଣ ହେଉଛି ବୋଲି ସଂଘର ସଭାପତି ଶଙ୍କର ଚୌହାନ ପ୍ରକାଶ କରିଛନ୍ତିl
Nabarangpur | driver strike
Follow Us