୨୬ ଦିନରେ ପହଞ୍ଚିଲା ଅଧ୍ୟାପକ ଓ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ, କର୍ମଚାରୀ ସଙ୍ଘର ନିଷ୍ପତି କ୍ରମେ ସାରା ରାଜ୍ୟରେ ମହାବିଦ୍ୟାଳୟ ଗୁଡ଼ିକରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଥିବା କଲମ ଛାଡ଼ ଆନ୍ଦୋଳନ ୨୬ ଦିନରେ ପହଞ୍ଚିଛି।

bdk

ମୋତ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ, କର୍ମଚାରୀ ସଙ୍ଘର ନିଷ୍ପତି କ୍ରମେ ସାରା ରାଜ୍ୟରେ ମହାବିଦ୍ୟାଳୟ ଗୁଡ଼ିକରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଥିବା କଲମ ଛାଡ଼ ଆନ୍ଦୋଳନ ୨୬ ଦିନରେ ପହଞ୍ଚିଛି। ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

ଆନ୍ଦୋଳନରତ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଶୁକ୍ରବାର ୧୧ ଘଟିକାରେ କଂଗ୍ରେସ ଦଳ ସମର୍ଥନ ଜଣାଇବା ସହ କଂଗ୍ରେସ ଯୁବ ନେତା ସତ୍ୟାନନ୍ଦ ରାଉତଙ୍କ ସହ ବହୁ କଂଗ୍ରେସ କ୍ରମୀ ଧାରଣାସ୍ଥଳରେ ବସି ସେମାନଙ୍କୁ ପୂର୍ଣ୍ଣ ନୈତିକ ସମର୍ଥନ ଦେବାର ଆଶ୍ୱାସନ ଦେଲେ।

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ ସେ କହିଲେ, ଶିକ୍ଷକମାନେ ଦେଶର ମେରୁଦଣ୍ଡ। ଭବିଷ୍ୟତ ଗଠନ କରୁଥିବା ଏହି ବର୍ଗର ଯୁକ୍ତିସଙ୍ଗତ ଦାବିକୁ ସରକାର ଯଥାଶୀଘ୍ର ଶୁଣି, ବିହିତ ପଦକ୍ଷେପ ନେବା ଆବଶ୍ୟକ। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ବିଧାନସଭାରେ ଏହି ବିଷୟକୁ ନିଶ୍ଚିତ ଉଠାଯିବ। ତାଙ୍କ ମତାନୁସାରେ, ଶିକ୍ଷକ ସୁରକ୍ଷିତ ରହିଲେ, ଶିକ୍ଷା ବ୍ୟବସ୍ଥା ମଜବୁତ ରହିବ।

ଶ୍ରୀ ରାଉତ ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଲେ। ଏଥିରେ କଂଗ୍ରେସର ଉପସ୍ଥିତ ଥିଲେ ବୃନ୍ଦାବନ ନାୟକ, ବଦ୍ରୀନାଥ ନାୟକ, ନିର୍ମଳ ରାଉତ, ସୁବାଷ ଚନ୍ଦ୍ର ନାୟକ, ଦୀପକ ଭୋଇ, ସୀତାଂଶୁ ନାୟକ, ବୁଦ୍ଧିୟ ବିଶ୍ୱାଳ, ପୃଥ୍ୱୀରାଜ ନାୟକ  ଇନ୍ଦ୍ରମଣି ବାରିକ  ଏମ ଡି ଯିକୁବୁ  ଏମ ଡି ମୂଷିଦି ସୁକାନ୍ତ ଦାସ ସଂଗ୍ରାମ ଦାସ ସୀତାଂଶୁ ନାୟକ ଦିଲ୍ଲୀପ ବିଶ୍ୱାଳ ରଞ୍ଜନ ଦାସ  ଉପସ୍ଥିତ ଥିଲେ। 

 Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe