ସୁଦୃଢ଼ ଗ୍ରାମପଞ୍ଚାୟତ ହେଉଛି ବିକଶିତ ଓଡ଼ିଶାର ମୂଳପିଣ୍ଡ: ରବିନାରାୟଣ ନାଏକ

ପଞ୍ଚାୟତିରାଜ ମନ୍ତ୍ରୀ ମନ୍ତ୍ରୀ  ରବିନାରାୟଣ ନାଏକ ଶୁକ୍ରବାର ରାଜ୍ୟସ୍ତରୀୟ "ବିକଶିତ ପଞ୍ଚାୟତ ପାଇଁ ଦକ୍ଷତା ବିକାଶ" ଶୀର୍ଷକ କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୁଦୃଢ଼ ଗ୍ରାମପଞ୍ଚାୟତ ହେଉଛି ବିକଶିତ ଓଡ଼ିଶାର ମୂଳପିଣ୍ଡ।

ଭୁବନେଶ୍ବର:  ପଞ୍ଚାୟତିରାଜ ମନ୍ତ୍ରୀ ମନ୍ତ୍ରୀ  ରବିନାରାୟଣ ନାଏକ ଶୁକ୍ରବାର ରାଜ୍ୟସ୍ତରୀୟ "ବିକଶିତ ପଞ୍ଚାୟତ ପାଇଁ ଦକ୍ଷତା ବିକାଶ" ଶୀର୍ଷକ କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୁଦୃଢ଼ ଗ୍ରାମପଞ୍ଚାୟତ ହେଉଛି ବିକଶିତ ଓଡ଼ିଶାର ମୂଳପିଣ୍ଡ। ତେଣୁ ବିକଶିତ ପଞ୍ଚାୟତ ଗଠନ ଦ୍ୱାରା ହିଁ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି ଏହି ଅବସରରେ ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଓ ଦୃଢ଼ ନେତୃତ୍ୱରେ ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢୀକରଣ କରିବା ଦିଗରେ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୫ ତାରିଖରେ ଖୋର୍ଦ୍ଧାର ଜଙ୍କିଆ ମିନିଷ୍ଟାଡିୟମଠାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲ। ଏହି ଅବସରରେ ସେ କହିଥିଲେ, ଓଡ଼ିଶା ବିକାଶ ଦିଗରେ ଏକ ଐତିହାସିକ ଦିନ। ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ।ଦରିଦ୍ରତା ଓ ଅନଗ୍ରସରତା ବିରୁଦ୍ଧରେ ଲଢ଼େଇ ଜାରି ରହିବ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂହ ଓ ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe