ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ:  ସହି ପାରିଲେନି ମା’ଙ୍କ ତାଗିଦ୍‌, ପଢ଼ାଘରେ ଛାତ୍ରଙ୍କ ଆତ୍ମହତ୍ୟା

ସନ୍ଧ୍ୟାରେ ପାଠ ନ ପଢ଼ି ମୋବାଇଲ୍‌ ଗେମ୍‌ ଖେଳୁଥିଲେ। ମା’ ଦେଖି ବିରକ୍ତି ପ୍ରକାଶ କଲେ। ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ପାଠ ପଢ଼ିବାକୁ ତାଗିଦ୍‌ କଲେ। ଏହାକୁ ସହି ପାରିଲେନି ପୁଅ। ଅଭିମାନରେ ପଢ଼ାଘରେ ପଶି ଫାଶୀଦେଇ ଜୀବନ ହାରିଦେଲେ।

Allegation of death of farmers due to crop damage

କୁଆରମୁଣ୍ଡା: ସନ୍ଧ୍ୟାରେ ପାଠ ନ ପଢ଼ି ମୋବାଇଲ୍‌ ଗେମ୍‌ ଖେଳୁଥିଲେ। ମା’ ଦେଖି ବିରକ୍ତି ପ୍ରକାଶ କଲେ। ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ପାଠ ପଢ଼ିବାକୁ ତାଗିଦ୍‌ କଲେ। ଏହାକୁ ସହି ପାରିଲେନି ପୁଅ। ଅଭିମାନରେ ପଢ଼ାଘରେ ପଶି ଫାଶୀଦେଇ ଜୀବନ ହାରିଦେଲେ। ଏପରି ଅଭାବନୀୟ ଘଟଣା ଘଟିଛି କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚାର୍ଡିହରିହରପୁର ଗ୍ରାମରେ। ଗ୍ରାମର ସୁରେନ୍ଦ୍ର କିସାନଙ୍କ ପୁଅ ଦୀନବନ୍ଧୁ(୧୫) ଶନିବାର ସନ୍ଧ୍ୟାରେ ନିଜ ପଢ଼ାଘରେ ବେକରେ ଓଢ଼ଣୀବାନ୍ଧି ଆତ୍ମହତ୍ୟା କରିଛନ୍ତି। ଏନେଇ ରବିବାର ବାପା ସୁରେନ୍ଦ୍ର ଫାଣ୍ଡିରେ ଏତଲା ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା(୬/୨୫) ରୁଜୁକରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଛି। 

ମୃତ ଦୀନବନ୍ଧୁ ୧୦ମ ଶ୍ରେଣୀ ଛାତ୍ର ଥିଲେ। ଘଟଣାଦିନ ସେ ପାଠ ନ ପଢ଼ି ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ଏଥିରେ ତାଙ୍କ ମା’ ବିରକ୍ତହୋଇ ମୋବାଇଲ୍‌ ଦେଖିବାରୁ ବାରଣ କରିଥିଲେ। ଏହାର କିଛି ସମୟରେ ସେ ନିଜ ପଢ଼ାଘରେ କବାଟ ବନ୍ଦକରି ଆଉ ଖୋଲି ନଥିଲେ। ବହୁସମୟ ଧରି କବାଟ ବନ୍ଦ ରହିବାରୁ କିଛି ଅଘଟଣ ସନ୍ଦେହରେ ଘରଲୋକେ କବାଟ ଭାଙ୍ଗି ଘର ଭିତରୁ ଝୁଲନ୍ତା ଶବ ଉଦ୍ଧାର କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ମୃତ ଦୀନବନ୍ଧୁ ୧୦ମ ଶ୍ରେଣୀ ଛାତ୍ର ଥିଲେ। ଘଟଣାଦିନ ସେ ପାଠ ନ ପଢ଼ି ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ଏଥିରେ ତାଙ୍କ ମା’ ବିରକ୍ତହୋଇ ମୋବାଇଲ୍‌ ଦେଖିବାରୁ ବାରଣ କରିଥିଲେ। ଏହାର କିଛି ସମୟରେ ସେ ନିଜ ପଢ଼ାଘରେ କବାଟ ବନ୍ଦକରି ଆଉ ଖୋଲି ନଥିଲେ। ବହୁସମୟ ଧରି କବାଟ ବନ୍ଦ ରହିବାରୁ କିଛି ଅଘଟଣ ସନ୍ଦେହରେ ଘରଲୋକେ କବାଟ ଭାଙ୍ଗି ଘର ଭିତରୁ ଝୁଲନ୍ତା ଶବ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe