ଯାଜପୁର/ଧର୍ମଶାଳା: ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ l ଦୁର୍ଘଟଣା ଘଟାଇଥିବା ହାଇୱା ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେl ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା କୁରିକଣା ଗାଁ ନିକଟରେ ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ରାସ୍ତାରୋକ କରିବା ସହ ଏକାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି l

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

ଏହି ଦୃଶ୍ୟ ଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି l 

ଆହୁରି ପଢ଼ନ୍ତୁ:Elephant Attack Death ତେଲକୋଇରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ, ଜଣେ ଗୁରୁତର

ପୂର୍ବାହ୍ନରେ ଶତ୍ରୁଘ୍ନ ନାୟକଙ୍କ ପୁଅ ସଞ୍ଜୀବ ଏକ ବାଇକରେ କଲେଜ ଯାଉଥିବା ବେଳେ ହମ୍ପସ ବାଜି ପଡ଼ି ଯାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ସଂଜୀବଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 

ଏହାପରେ ଶତାଧିକ ଲୋକ ଏକାଠି ହୋଇ ଗାଡ଼ି ପୋଡ଼ିଜଳା କରିଛନ୍ତି l ପୁଲିସ ପହଞ୍ଚି ଘଟଣାକୁ  ନିୟନ୍ତ୍ରଣ କରୁଛି ।