ପାରାଦୀପରେ ଅଘଟଣ: ସମୁଦ୍ରରେ ଗାଧୋଇବା ବେଳେ ଛାତ୍ର ନିଖୋଜ

ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ। ୭ ଜଣ ସାଙ୍ଗ ସମୁଦ୍ରର ଲହଡ଼ିରେ ମଜା ମସ୍ତି କରୁଥିଲେ। ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣି ନେଲା। ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ ଅନ୍ୟମାନେ।

Student missing in Paradip

Student missing in Paradip Photograph: (sambad.in)

ଜଗତସିଂହପୁର: ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ। ୭ ଜଣ ସାଙ୍ଗ ସମୁଦ୍ରର ଲହଡ଼ିରେ ମଜା ମସ୍ତି କରୁଥିଲେ। ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣି ନେଲା। ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ ଅନ୍ୟମାନେ। ଆଜି ଅପରାହ୍‌ଣରେ ଏଭଳି ଏକ ଅଘଟଣ ଘଟିଛି। ନିଖୋଜ ଛାତ୍ର ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା।

ସମୁଦ୍ରରେ ଗାଧୋଇବା ହେଲା କାଳ। ପାରାଦୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ରରେ ଘଟିଛି ଅଘଟଣ। ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ର କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜର ଛାତ୍ର ବୋଲି ସୂଚନା ମିଳିଛି।

ପାରାଦ୍ଵୀପ ବନ୍ଦର ସିଆଇଏସ‌ଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୈାଣସି ସନ୍ଧାନ ମିଳିନାହିଁ। ପରିବାର ଲୋକଙ୍କୁ ସେକ୍‌ ଅମନ୍‌ ଉଲ୍ଲାଙ୍କ ନିଖୋଜ ନେଇ ଖବର ଦିଆଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି।

Paradip

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe