ଗାଧେଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଦଶମ ଶ୍ରେଣୀର ଛାତ୍ର

Advertisment

ଜଳେଶ୍ୱର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ୩ ଜଣ ସାଙ୍ଗ ଗତକାଲି ଅପରାହ୍ନରେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣରେଖା ନଦୀରେ ଭାସି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।

ଜଳେଶ୍ୱର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ୩ ଜଣ ସାଙ୍ଗ ଗତକାଲି ଅପରାହ୍ନରେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣରେଖା ନଦୀରେ ଭାସି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।

sjal

ଜଳେଶ୍ଵର: ଜଳେଶ୍ୱର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ୩ ଜଣ ସାଙ୍ଗ ଗତକାଲି ଅପରାହ୍ନରେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣରେଖା ନଦୀରେ ଭାସି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।
ବିବରଣୀରୁ ପ୍ରକାଶ ଯେ ଗଡସାହି ବାଲିଆପାଳ ସୁବର୍ଣ୍ଣରେଖା ନଦୀ ଘାଟକୁ ସେହି ଗ୍ରାମର ମନୋରଞ୍ଜନ ଦାସଙ୍କ ପୁଅ ତଥା ଦଶମ ଶ୍ରେଣୀର ଛାତ୍ର ସାହିଲ(୧୫) ଗତକାଲି ଦିନ ପ୍ରାୟ ଦେଢ଼ଟା ସମୟରେ କମ୍ବୁନାଥ ଜେନାଙ୍କ ପୁଅ ଚନ୍ଦନ,ସୁଶାନ୍ତ ମାଝୀଙ୍କ ପୁଅ ଦେବାଶିଷ ଏହି ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଗାଧେଇବାକୁ ଯାଇଥିଲେ। ତେବେ ଗାଧୋଉ ଥିବା ବେଳେ ସାହିଲ ର ଗୋଡ଼ ଖସିଯିବା ସହ ନଦୀ ସ୍ରୋତରେ ଭାସି ଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ତେବେ ଭୟରେ ସେମାନେ ଏବିଷୟରେ କାହାକୁ କିଛି ଜଣାଇ ନଥିଲେ।

ସାହିଲ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିବା ସହ ସାହିଲର ଦୁଇ ସାଙ୍ଗ ଠାରୁ ସମସ୍ତ ଘଟଣା ଅବଗତ ହୋଇଥିଲେ। ନଦୀଘାଟ ନିକଟରେ ସାହିଲର ସାଇକେଲ ଜୋତା ଓ ଗଞ୍ଜି ପଡ଼ିଥିବା ଦେଖା ଯାଇଥିଲା। ପରିବାର ଲୋକେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ତରଫରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀର ଗଡସାହି ବାଲିଆପାଳ ଘାଟ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି  ସ୍ଥାନୀୟ ସରପଞ୍ଚ ଧୃବଜ୍ୟୋତି ଗିରି ଓ ସମିତି ସଭ୍ୟ ଦିଲ୍ଲୀପ ସେନାପତି ପ୍ରକାଶ କରିଛନ୍ତି।ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe