ଫ୍ରଡ଼ କଲରେ ଠକାମି: ଶିକାର ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ

ଗତ କିଛି ଦିନ ହେବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ କଲେଜ ଓ ବୃତ୍ତିଗତ କଲେଜରେ ଆଡମିସନ୍ କରୁଥିବା ଏବଂ ପଢ଼ୁଥିବା ଶତାଧିକ ଛାତ୍ରଛାତ୍ରୀ ଫ୍ରଡ଼ କଲ ଠକାମିରେ ଶୀକାର ହୋଇଛନ୍ତି। ଠକମାନେ ଏକ କ୍ୟୁଆର୍ କୋଡ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଠକି ନେଉଛନ୍ତି।

ddadaadd

ନବରଙ୍ଗପୁର: ଗତ କିଛି ଦିନ ହେବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ କଲେଜ ଓ ବୃତ୍ତିଗତ କଲେଜରେ ଆଡମିସନ୍ କରୁଥିବା ଏବଂ ପଢ଼ୁଥିବା ଶତାଧିକ ଛାତ୍ରଛାତ୍ରୀ ଫ୍ରଡ଼ କଲ ଠକାମିରେ ଶୀକାର ହୋଇଛନ୍ତି। ଠକମାନେ ଏକ କ୍ୟୁଆର୍ କୋଡ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଠକି ନେଉଛନ୍ତି। ଥାନାକୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବାକୁ ଗଲେ ପୁଲିସ ଏହାକୁ ସେତେଟା ଗୁରତର ସହ ନେଉନଥିବାରୁ ଛାତ୍ରଛାତ୍ରୀ ମାନେ ନିରାଶ ହେଉଥିବା ଦେଖିବାକୁ ମିଳିଛି। ଗତ ୪ଦିନ ତଳେ ନବରଙ୍ଗପୁର ସହର ଉପକଣ୍ଠ ଟାପାକାରିଆଗୁଡାରେ ଏଭଳି ଏକ ଘଟଣା ହୋଇଥିବା ଲୋକଲୋଚନକୁ ଆସିଥିଲା। ଏହା ପରେ ଉମରକୋଟ ଓ ରାଇଘର ବ୍ଲକରେ ବି ଏଭଳି ଘଟଣା ହୋଇଥିବା ଜଣା ପଡିଛି।

ଏହି ସାଇବର ଠକ ମାନେ କେତେବେଳେ କଲେଜର ଅଧ୍ୟକ୍ଷ, ଭୁବନେଶ୍ବର ସାମସ୍ ଅଫିସ, ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନର ମୁଖ୍ୟାଳୟରୁ କହୁଥିବା କହି ଛାତ୍ରଛାତ୍ରୀଙ୍କୁ ଟଙ୍କା ଜମା କରିବାକୁ ଧମକ ଚମକ ଦେଖାଇ ଏକ କ୍ୟୁଆରକୋଡ ପଠାଉଛନ୍ତି। ପରେ ଏହି କୁଆର୍ କୋଡରେ ଟଙ୍କା ଜମା କରିବାକୁ ଧମକ ବି ଦେଉଛନ୍ତି। ଏ ପରି ଧମକର ଶୀକାର ହୋଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ୭ଜଣ ଛାତ୍ରୀ ଅଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କୁ ଅବଗତ କରିଥିଲେ। ସେ ସେମାନଙ୍କୁ ସେଭଳି ଜମା କରିବାକୁ ମନା କରିବା ପରେ କେହି ଜମା କରି ନଥିଲେ। ସେ ବି ଛାତ୍ରଛାତ୍ରୀଙ୍କ ଗୃପରେ ଏଭଳି ଠକାମି ସମ୍ପର୍କରେ ସୂଚନା ଦେଇ ସେଭଳି କିଛି କଲ୍ ଆସିଲେ ତାଙ୍କୁ ତୁରନ୍ତ ଜଣାଇବାକୁ କହିଥିଲେ।

ସହର ଉପକଣ୍ଠରେ ଥିବା ପଲିଟେକ୍ନିକ କଲେଜର ୧୧ଜଣ ଛାତ୍ରଛାତ୍ରୀଙ୍କୁ ଏଭଳି କଲ୍ ଆସିଥିବା ଏବଂ ଠକାମିରେ ପଡ଼ିଥିବା ସୂଚନା ମିଳିଛି। ଏବେ ଛାତ୍ରଛାତ୍ରୀ ମାନେ ଠକାମିରେ ପଡ଼ିବା ପରେ ଲୋକଲଜ୍ଜା ଓ ଠାହିଠାପରା ଭୟରେ ଅନ୍ୟ ମାନଙ୍କୁ କହିବାକୁ ଇଛା ପ୍ରକାଶ କରୁନାହାନ୍ତି।

ସେହିପରି ଥାନାକୁ ଗଲେ ଥାନାର ପୁଲିସ ବାବୁ ମାନେ ବି ଏଣୁ ତେଣୁ ପ୍ରଶ୍ନ କରିବା ସହ ନିଜେ ମାମଲା ରୁଜୁ କରିବା ବଦଳରେ ସାଇବର ଥାନାକୁ ଯାଅ ବୋଲି ପରାମର୍ଶ ଦେଉଥିବା କୋଷାଗୁମୁଡା ଅଂଚଳର ଛାତ୍ରୀ ବିତିକା ମାଝୀ କହିଛନ୍ତି। ଜିଲ୍ଲାର ସବୁ ବ୍ଲକରେ ଏଭଳି ହୋଇଥିବା ଏବଂ ସବୁ କଲେଜର କିଛି ନା କିଛି ଛାତ୍ରଛାତ୍ରୀ ଏଭଳି ଶୀକାର ହୋଇଛନ୍ତି ବୋଲି ଜଣେ ଅଧ୍ୟକ୍ଷ କହିଛନ୍ତି। କଲେଜ ଗୁଡିକ ଏବେ ଅନ୍ୟ ସବୁ ସଚେତନତା କାର୍ଯ୍ୟକ୍ରମ ସହ ସାଇବର ଠକେଇକୁ ବି ଯୋଡି ସଚେତନତା ଆରମ୍ଭ କରିଛନ୍ତି। ତେବେ ଦିନକୁ ଦିନ ଏହି ସମସ୍ୟା ବଢ଼ୁଥିବାରୁ ଜିଲ୍ଲା ପୁଲିସ ପ୍ରଶାସନ ଏଦିଗରେ ତୁରନ୍ତ ଆଶୁ ପଦକ୍ଷେପ ଗ୍ରହଣ କରୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe