ହାଇସ୍କୁଲରେ ଶିକ୍ଷକ ଅଭାବ: ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Advertisment

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଘୋର୍ ଶିକ୍ଷକ ଅଭାବ ରହିଛି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଲିଖିତ ଜଣାଇଥିଲେ।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଘୋର୍ ଶିକ୍ଷକ ଅଭାବ ରହିଛି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଲିଖିତ ଜଣାଇଥିଲେ।

jamankira

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଘୋର୍ ଶିକ୍ଷକ ଅଭାବ ରହିଛି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଲିରାମ ବନ୍ଦର୍, ଜିଲ୍ଲା ଶିକ୍ଷାଧିକାରୀ, ବିଇଓ ରୁକ୍ମଣ ପ୍ରଧାନଙ୍କୁ ଲିଖିତ ଜଣାଇଥିଲେ। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ କଦଳିପାଲ ଉନ୍ନିତ ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମେତ ୬ ଜଣ ଶ୍ରେଣୀ ଶିକ୍ଷକଙ୍କୁ ସ୍କୁଲ୍‌ରୁ ବାହାରି ଯିବାକୁ କହି ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍ ସମ୍ମୁଖରେ ଛାତ୍ର ଛାତ୍ରୀ ତାଲା ପକାଇ ଏନଏଚ ୫୩କୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା କାଳ ଅବରୋଧ କରିଥିଲେ। 

ପ୍ରଧାନଶିକ୍ଷକ ସଞ୍ଜୟ ଝାଙ୍କର୍, ଗୌଡ଼ପାଲି ସିଆରସିସି ପ୍ରତାପ ମହାପାତ୍ରଙ୍କ ସୂଚନା ପାଇ ଏବିଇଓ ଦେବକୀ ନାଏକ ପ୍ରଥମେ ଆନ୍ଦୋଳନ ସ୍ଥଳକୁ ପହଂଚି ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଆବଶ୍ୟକ ଶିକ୍ଷକ ତୁରନ୍ତ ନିଯୁକ୍ତ କଲେ ସେମାନେ ଆନ୍ଦୋଳନରୁ ଉଠି ଯିବେ ବୋଲି ଜିଦ୍ କରିଥିଲେ। ଖବରପାଇ ସ୍ଥାନୀୟ ବିଡ଼ିଓ ରବିନ୍ଦ୍ର ସେଠୀ, ଏପିଓ ମନୋଜ୍ ଭୋଇ, ଆଇଆଇସି ପଦ୍ମାଳୟା ସାହୁ, ଏସଆଇ ସନ୍ତୋଷ ସ୍ୱାଇଁ, ଏଏସଆଇ ନିରଞ୍ଜନ ପ୍ରଧାନ, ବିଇଓ ରୁକ୍ମଣ ପ୍ରଧାନ ପ୍ରମୁଖ ପହଂଚି ଛାତ୍ର ଛାତ୍ରୀଙ୍କୁ  ବୁଝାଇଥିଲେ। କିନ୍ତୁ ଛାତ୍ର ଛାତ୍ରୀ ମାନେ ତୁରନ୍ତ ଶିକ୍ଷକ ନିଯୁକ୍ତ ବିଷୟ ଦୋହରାଇ ଥିଲେ।

ପ୍ରବଳ ଟାଣ ଖରା ସାଂଗକୁ ଅତ୍ୟନ୍ତ ଗୁଳୁଗୁଳିରେ ଛାତ୍ରଛାତ୍ରୀମାନେ ଏନଏଚ ୫୩ ଅବରୋଧରେ ବସିଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ଅଧ୍ୟକ୍ଷ ସଞ୍ଜୟ ସାହୁ ଗ୍ଲୁକୋଜ, ଓଆରଏସ ମିଶା ଥଣ୍ଡା ପାନୀୟ ଦେଉଥିଲେ। ବିଡ଼ିଓ ଶ୍ରୀ ସେଠୀ ଜିଲ୍ଲାପାଳଙ୍କୁ ଆବଶ୍ୟକ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିଷୟରେ ଅବଗତ କରିଥିଲେ। ଜିଲ୍ଲାପାଳ ବିସ୍ତୃତ ସୂଚନା ପାଇବା ପରେ ଆସନ୍ତା ୭ ଦିନ ମଧ୍ୟରେ ଆବଶ୍ୟକ ଶିକ୍ଷକ ଦିଆଯିବ ବୋଲି ବିଡ଼ିଓଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ ନିର୍ଦ୍ଦେଶ ଦେବା ସହ ଏନଏଚ ୫୩ରୁ ରାସ୍ତାରୋକ ହଟାଇବାକୁ କହିଥିଲେ। ଆସନ୍ତା ୭ ଦିନ ମଧ୍ୟରେ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ବିଡ଼ିଓ ଶ୍ରୀ ସେଠୀ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଏନଏଚ ୫୩ ଅବବୋଧରୁ ହଟିଥିଲେ।

ସୂଚନା ଯୋଗ୍ୟ, ଏନଏଚ ୫୩ ପାର୍ଶ୍ଵରେ ଅବସ୍ଥିତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ପ୍ରଧାନଶିକ୍ଷକ ସଞ୍ଜୟ ଝାଙ୍କର୍ ଙ୍କୁ ମିଶାଇ ୬ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଏଠାରେ ବାଲ୍ ବାଟିକା ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୦୨ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁ ଥିବା ବେଳେ ଏଥିରୁ ପ୍ରାଇମେରୀ ସ୍କୁଲରେ ମୋଟ୍ ୧୬୨ ଜଣ ଏଵଂ ହାଇସ୍କୁଲ୍ ରେ ମୋଟ୍ ୪୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି। ଏଠାରେ କଦଳିପାଲ୍ ଉନ୍ନିତ ହାଇସ୍କୁଲ ଖୋଲା ଯାଇ ଥିଲେ ହେଁ  ଶିକ୍ଷା ବର୍ଷ ସରିବା ଉପରେ ଏଯାଏଁ କୌଣସି ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇନାହିଁ। ଫଳରେ ନବମ ଓ ଦଶମ ଶ୍ରେଣୀର ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରାଇମେରୀ ସ୍କୁଲ ଶିକ୍ଷକ ପାଠ ପଢ଼ାଉଛନ୍ତି। ଯଦି କୌଣସି ବିଷୟରେ ସନ୍ଦେହ ଦୂର୍ କରିବାକୁ ବିଜ୍ଞାନ, ଗଣିତ, ଇଂରାଜୀ ବିଷୟ ଉପରେ ଶିକ୍ଷକ ନ ଥିବାରୁ ନିଜେ ପାଠ ପଢ଼ି ଶିକ୍ଷାବର୍ଷ ସାରିବା ବ୍ୟତିତ ଅନ୍ୟ ପନ୍ଥା ନାହିଁ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। କଦଳିପାଲ୍ ଉନ୍ନିତ ହାଇସ୍କୁଲ ର ଛୋଟ ଛୋଟ ନାବାଳକ ଛାତ୍ର ଛାତ୍ରୀ ଙ୍କୁ ଟାଣ ଖରା ରେ ବସାଇ ଏନ୍ ଏଚ ୫୩ ଅବବୋଧ କରିବା ଟା ଠିକ୍ ହୋଇ ନାହିଁ। ଆବଶ୍ୟକ ଶିକ୍ଷକ ଅଭାବ ଥିଲେ ଅଭିଭାବକ, ଜନସାଧାରଣ ଆନ୍ଦୋଳନ କରିପାରିଥାନ୍ତେ କିନ୍ତୁ  ଛାତ୍ରଛାତ୍ରୀଙ୍କୁ ସମ୍ମୁଖ ଭାଗରେ ରଖି ଆନ୍ଦୋଳନ କରାଯିବା ଉଚିତ୍ ନୁହେଁ ଅଧିକାରୀ ମାନେ ପ୍ରକାଶ କରିଛନ୍ତି।

 Sambalpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe