ଭିତ୍ତିଭୂମି ଅଭାବ: ଗୋଟିଏ ଗୃହରେ କାର୍ଯ୍ୟାଳୟ ଓ ଶ୍ରେଣୀ ଗୃହ

Advertisment

ଶିକ୍ଷା ହେଉଛି ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏକ ବଳିଷ୍ଠ ମାଧ୍ୟମ। ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବିଦ୍ୟାଳୟ ରୂପୀ ମନ୍ଦିରରେ ଭିତ୍ତିଭୂମି ମଜବୁତ କରାଯିବାର ଆବଶ୍ୟକତା ରହିଛି। ‌କିନ୍ତୁ କ୍ଷୋଭର ବିଷୟ‌ ଯେ, ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇ ରହିଛି।

ଶିକ୍ଷା ହେଉଛି ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏକ ବଳିଷ୍ଠ ମାଧ୍ୟମ। ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବିଦ୍ୟାଳୟ ରୂପୀ ମନ୍ଦିରରେ ଭିତ୍ତିଭୂମି ମଜବୁତ କରାଯିବାର ଆବଶ୍ୟକତା ରହିଛି। ‌କିନ୍ତୁ କ୍ଷୋଭର ବିଷୟ‌ ଯେ, ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇ ରହିଛି।

70174d2d-17b1-4703-9a69-60ada74fa991

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଅଞ୍ଚଳରେ ଶିକ୍ଷା ବିଭାଗ ପକ୍ଷରୁ ଗାଁ ପିଲା ପାଠ ପଢ଼ିବା ପାଇଁ ନୂତନ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ତେବେ ବିଦ୍ୟାଳୟ ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭିତ୍ତିଭୂମିର ବିକାଶ ପାଇଁ ଆନ୍ତରିକତା ଅଭାବ ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ବିଦ୍ୟାଳୟର ପିଲାମାନେ ପାଠ ପଡ଼ୁ ଥିବା ଅଭିଯୋଗ ହୋଇଛି।ସେହିଭଳି ଏକ ଦୟନୀୟ ବିଦ୍ୟାଳୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଅନ୍ତର୍ଗତ କନକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

କନକି ଗ୍ରାମରେ ୧୯୭୨ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ଆରମ୍ଭ ହେବାର କିଛି ବର୍ଷ ପରେ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା। ସେହି ଶ୍ରେଣୀ ଗୃହ ଧୀରେଧୀରେ ନଷ୍ଟ ହେବା ପରେ ଗ୍ରାମବାସୀଙ୍କ ଦାବି ପରେ ୨୦୧୬ ମସିହାରେ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା। ପରେ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ଶ୍ରେଣୀ ଏବଂ ଗୋଟିଏ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଉକ୍ତ ଦୁଇଟି ଶ୍ରେଣୀ ଗୃହ ଆରମ୍ଭ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଶିକ୍ଷା ବିଭାଗର ଆନ୍ତରିକତା ଅଭାବ ଯୋଗୁଁ ଅଧାପନ୍ତରିଆ ଭାବରେ ପଡ଼ି ରହିଛି। ଫଳରେ ଭିତ୍ତିଭୂମି ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ଗୃହରେ କାର୍ଯ୍ୟାଳୟ ସହ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀର ୪୩ ଜଣ ଛାତ୍ରଛାତ୍ରୀମାନେ ପାଠ ପଡୁଛନ୍ତି।

ଛାତ୍ରଛାତ୍ରୀଙ୍କ ପାଠ୍ୟ ଉପକରଣ ମଧ୍ୟ ମଧ୍ୟ ରଖା ଯାଉଛି। ଅନ୍ୟ ଏକ ଶ୍ରେଣୀ ଗୃହରେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୩ ଜଣ ଛାତ୍ରଛାତ୍ରୀ ପାଠ ପଡ଼ୁଛନ୍ତି। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ସମସ୍ୟା ଦେଖାଦେଇଛି।ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିବା ବେଳେ କିଛି ବର୍ଷ ପରେ ନଳକୂପରୁ ଗଳିଆ ପାଣି ବାହାରୁଥିବା ଅଭଯୋଗ ହୋଇଛି। ନଳକୂପ ପାଣି ପାନୀୟ ଉପଯୋଗୀ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ବସୁଧା ଜଳ ପ୍ରକଳ୍ପ ପାଣି ଉପରେ ନିର୍ଭର କରୁଛନ୍ତି।

ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଶ୍ରେଣୀ ଗୃହ ଅଭାବ ସହ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢା ସମୟରେ ସମସ୍ୟା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଚାରିପଟ ପାଚେରୀ ନିର୍ମାଣ ହୋଇ ନାହିଁ। ଅବାଧରେ ଲୋକ ଓ ଗାଇ ଗୋରୁ ପ୍ରବେଶ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରଶାସନ ତୁରନ୍ତ ବିଦ୍ୟାଳୟର ସମସ୍ୟା ଗୁଡିକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଏବଂ ଅଭିବାହାକ ମାନେ ଦାବି କରିଛନ୍ତି। ବିଦ୍ୟାଳୟରେ ରୋଷେଇ ଗୃହ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ କାର୍ଯ୍ୟକ୍ଷମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe