ଆଲଚିକି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ପରିଦର୍ଶନ

ସାନ୍ତାଳୀ ଭାଷା ‘ଅଲଚିକି’ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟିକୁ ଶୈକ୍ଷିକ ପରିଦର୍ଶନରେ ଆସିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ଅଳଚିକି ଶିକ୍ଷକ ଓ ଶିକ୍ଷୟିତ୍ରୀ।

IMG-20250722-WA0329

ରାଇରଙ୍ଗପୁର: ସାନ୍ତାଳୀ ଭାଷା ‘ଅଲଚିକି’ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟିକୁ ଶୈକ୍ଷିକ ପରିଦର୍ଶନରେ ଆସିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ଅଳଚିକି ଶିକ୍ଷକ ଓ ଶିକ୍ଷୟିତ୍ରୀ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟି ଷ୍ଟଡି ଟୁରରେ ପହଞ୍ଚିଲେ ଶିକ୍ଷକ ଶିକ୍ଷୟିତ୍ରୀ।

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ଯାଜପୁର କଳିଙ୍ଗନଗରର ବିଭିନ୍ନ ଆଲଚିକି ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ସଂଯୋଜକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନ ପହଞ୍ଚି ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ପରେ କାପିବୁରୁସ୍ଥିତ ସମାଧି ପିଠ ପରିଦର୍ଶନ କରିଥିଲେ।

ସମାଧି ପୀଠରେ ଦୀପ ପ୍ରଜ୍ମୁଜ୍ୱଳନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପାର୍ସି ସିଞ୍ଜ ଚାନ୍ଦ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା ପକ୍ଷରୁ ଷ୍ଟଡି ଟୁର ରେ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଵାଗତ କରୁଥିଲେ। ପଣ୍ତିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅଲଚିକି ଉଦ୍ଭାବନର ସଂଘର୍ଷ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଝାଇଥିଲେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ନାତି ଚୁନୀୟନ୍ ରଘୁନ ମୁର୍ମୁ ଓ ଭୀମୱାର ମୁର୍ମୁ। ଏଥିରେ ଟାଟା ଷ୍ଟିଲ ଫାଉଣ୍ଡେସନର ରାମଚନ୍ଦ୍ର ଟୁଡୁ, ଶିବନାରାୟଣ ହେମ୍ବ୍ରମ, ସଙ୍ଗଠନର ସମ୍ପାଦକ ବିମଲ କୁମାର ମୁର୍ମୁ, ସଂଯୋଜକ ଶାଙ୍ଖ ହେମ୍ବ୍ରମ, ଭାଗିରଥି ମୁର୍ମୁ, ସୁଗୁଦା ମୁର୍ମୁ, ଛୋଟରାୟ ମୁର୍ମୁ ଓ ଚୈତନ୍ୟ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe