ମାଲକାନଗିରି: ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଏକ ବିଦ୍ୟାଳୟରେ ଅଜବ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମାତ୍ର ୫ ଶହ ମିଟର ଦୁରରେ ଥିବା ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁଆ ସ୍କୁଲ ହୋଇଥିବାରୁ ପିଲାମାନେ ଭୋର ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲ ମୁହାଁ ହୋଇଥିଲେ। ଏହି ବିଦ୍ୟାଳୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲ ଆସି ଶିକ୍ଷକଙ୍କୁ ଅପେକ୍ଷା କରି ରହିଥିଲେ। ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କର ଦେଖା ମିଳିନଥିଲା। ଆମେ ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ଛାତ୍ରମାନେ ନିକଟରେ ଥିବା ଖେଳ ପଡ଼ିଆରେ ଖେଳୁଥିଲେ ଏବଂ ଛାତ୍ରୀମାନେ ବିଦ୍ୟାଳୟର ପିଣ୍ଡାରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅପେକ୍ଷା କରିଥିଲେ।
ପ୍ରତ୍ୟେକ ବିଦ୍ୟାଳୟ ସାଢ଼େ ୬ଟାରେ ଖୋଲା ହୋଇ ସାଢେ ଦଶଟାରେ ବନ୍ଦ ହେବା କଥା। କିନ୍ତୁ ଏଠାରେ ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଦେଖା ମିଳିନଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି।
/sambad/media/media_files/2025/04/03/mkg-teacher-not-coming-in-time1-641609.jpg)
ତେବେ ଅତି ତରବରିଆ ଭାବେ ଜଣେ ଶିକ୍ଷକ ଆସି ସ୍କୁଲ ଖୋଲିଥିଲେ। ପିଲାମାନେ ଶିକ୍ଷକଙ୍କୁ କେହି ଜଣେ ବାରମ୍ବାର ଆସି ଥିବା ତାଂକୁ କହିଥିଲେ। ଆମେ ପୁଣି ବିଦ୍ୟାଳୟକୁ ଆସି ତାଂକ ପରିଚୟ ପଚାରିବାରୁ ସେ ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ବାରିକ ବୋଲି କହିଥିଲେ। ତେବେ ତାଂକ ଦେହ ଖରାପ ଥିବାରୁ ବିଳମ୍ବ ହୋଇଥିବା ଆମକୁ ସଫେଇ ଦେଇଥିଲେ। ସହର ଭିତରେ ଥିବା ବିଦ୍ୟାଳୟରେ ଯଦି ଏଭଳି ଶିକ୍ଷା ବ୍ୟବସ୍ଥା ତେବେ ଦୁର୍ଗମ ଅଂଚଳରେ କିପରି ଥିବ ତାହା ସ୍ପଷ୍ଟ ବାରି ହେଉଥିଲା।
ଏହି ବିଦ୍ୟାଳୟରେ ନିୟମିତ ଶିକ୍ଷାଦାନ କରାଯାଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଅବ୍ୟବସ୍ଥା ଘେରରେ ଏହି ବିଦ୍ୟାଳୟ ରହିଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ସବୁ ଦିଗକୁ ଇଙ୍ଗିତ କରୁଛି। ପିଲାଙ୍କୁ ଆଜି ଲଡୁ ପ୍ରଦାନ କରାଯିବା ନେଇ ପ୍ରଶ୍ନ କରିବାରୁ ସେ ଲଡୁ ପାଇଁ ସେ କୌଣସି ବ୍ୟବସ୍ଥା କରିନଥିବା କହିଥିଲେ।
ଆଗାମୀ ଦିନରେ କରିବେ ବୋଲି କହିଥିଲେ। ତେବେ ଆଜି ପିଲା ଲଡୁ ଖାଇବାରୁ କାହିଁକି ବଞ୍ଚିତ ହେବେ ବୋଲି ପ୍ରଶ୍ନ କରିବାକୁ କେଉଁଠି ମୁଳୁଛି ବୁଝି ଅଣାଯିବ ବୋଲି କହିଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଆହୁରି ବିଳମ୍ବରେ ଆସିଥିଲେ।ତେବେ ଏନେଇ ବିଇଓ ରିବୀନ୍ଦ୍ର ଧରଙ୍କୁ ପଚାରିବାରୁ ସେ ଏନେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ବିଇଓଙ୍କ ନାକ ତଳେ ଶିକ୍ଷାଦାନରେ ଢିଲା ହେଉଥିଲେ ମଧ୍ୟ ସବୁ ଭିତିରିଆ ସଂପର୍କ ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସ୍ଥାନୀୟ ଅଭିଭାବକମାନେ କହିଥିଲେ।
Malkangiri
Follow Us