ଗାଲୁଡିହି ଛାଡ଼ିଲା ପାଣି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। , ଚିନ୍ତାରେ ଉତ୍ତର ବାଲେଶ୍ଵରର ନିମ୍ନ ଅବବାହିକା ଅଞ୍ଚଳବାସୀ

ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଭଳି ପରିସ୍ଥିତି ଲାଗି ରହିଛି। ଫଳରେ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗାଲଡିହି ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

Untitled.56png

ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଭଳି ପରିସ୍ଥିତି ଲାଗି ରହିଛି। ଗତ ୨୩ ତାରିଖ ପୂର୍ବାହ୍ନ ୮ ଟା ସୁଦ୍ଧା ସେହି ୨୪ ଘଣ୍ଟା ମଧ୍ୟରେ ନଦୀର ଅବବାହିକା ଅଞ୍ଚଳ ଜାମସେଦପୁର ରେ ୧୧୮.୦ ଏମଏମ,ଘାଟଶିଳା ରେ ସର୍ବାଧିକ ୧୫୦.୪ଏମଏମ,ଜାମଶୋଳାଘାଟ ରେ ୪୦.୬ ଏମଏମ,ଫେକଘାଟ ରେ ୧୪.୨ ଏମଏମ ଓ ରାଜଘାଟ ରେ ୩.୦ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପୁଣି ଗତକାଲିଠାରୁ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଛି। ଫଳରେ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗାଲଡିହି ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

ଆଜି ସକାଳ ୮ ଟାରେ ରାଜଘାଟ ଠାରେ ନଦୀର ଜଳପତ୍ତନ ୧୦.୬୨ ମିଟର ରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖା ବନ୍ୟା ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବାଲେଶ୍ଵରର ସମସ୍ତ ବିଡ଼ିଓ, ତହସିଲଦାର ତଥା ଅନ୍ୟ ପଦାଧିକାରୀଙ୍କୁ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ବାଲେଶ୍ଵର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଅପରାହ୍ନ ୩ଟା‌ରେ ଗାଲୁଡିହି ଜଳଭଣ୍ଡାରର ଜଳପତ୍ତନ ୯୧.୮୦ ମିଟର ପହଞ୍ଚିବାରୁ ଗାଲୁଡିହି ବ୍ୟାରେଜ କର୍ତ୍ତୃପକ୍ଷ ନଦୀକୁ ୧୩ ଟି ଗେଟ ଖୋଲି ଦେଇଛନ୍ତି। ଏହି ୧୩ ଟି ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫୪୨୮.୫୬ କ୍ୟମେକ୍ ଅର୍ଥାତ୍ ୧ ଲକ୍ଷ ୯୦ ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି। ଝାରଖଣ୍ଡରେ ବର୍ଷା ଯୋଗୁଁ ଆହୁରି ଗେଟ ଖୋଲା ଯାଇପାରେ ବୋଲି ଆଶଙ୍କା କରାଯାଉଛି। ଫଳରେ ନଦୀର ଉପରମୁଣ୍ଡ ଜାମଶୋଳାଘାଟ ଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ଅପରାହ୍ନ ୩ ଟାରେ ନଦୀର ଜଳପତ୍ତନ ୫୧.୧୮୦ ମିଟର ରେ ପ୍ରବାହିତ ହେଉଛି। ଜାମଶୋଳାଘାଟ ରେ ନଦୀର ସତର୍କ ସଙ୍କେତ ୪୮.୩୨୦ ମିଟର ଓ ବିପଦ ସଙ୍କେତ ୪୯.୧୬୦ ମିଟର ରହିଛି। ଏହି ଜଳ ନଦୀର ନିମ୍ନ ଅବବାହିକା ରାଜଘାଟଠାରେ ମଧ୍ୟରାତ୍ରୀରୁ ପହଞ୍ଚିବାକୁ ଲାଗିଛି। ଫଳରେ ରାଜଘାଟ ସମେତ ନଦୀର ତଳିଆ ଅଞ୍ଚଳ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲାଣି।

ଆଜି ସକାଳ ୮ ଟାରେ ରାଜଘାଟ ଠାରେ ନଦୀର ଜଳପତ୍ତନ ୧୦.୬୨ ମିଟର ରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖା ବନ୍ୟା ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବାଲେଶ୍ଵରର ସମସ୍ତ ବିଡ଼ିଓ, ତହସିଲଦାର ତଥା ଅନ୍ୟ ପଦାଧିକାରୀଙ୍କୁ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ବାଲେଶ୍ଵର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe