ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରୁନାହାନ୍ତି ଡ଼ାକ୍ତର!

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରିବା ବଦଳରେ ଡାକ୍ତରମାନେ ଚିକିତ୍ସା ପାଇଁ ବାହାରକୁ ପଠାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ କଲେ ଥାନାରେ ପୁରାଇ ଦେବାକୁ ଧମକ ଦିଆଯାଉଛି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ।

IMG-20250816-WA0390

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରିବା ବଦଳରେ ଡାକ୍ତରମାନେ ଚିକିତ୍ସା ପାଇଁ ବାହାରକୁ ପଠାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ କଲେ ଥାନାରେ ପୁରାଇ ଦେବାକୁ ଧମକ ଦିଆଯାଉଛି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ। 

ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ମୟୂରଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁପାହାଡ଼ି ଗ୍ରାମର ଗୁଡୁରାମ ନାଏକଙ୍କ ସ୍ତ୍ରୀ ଲକ୍ଷ୍ମୀ ନାଏକଙ୍କ ଦେହ ଅସୁସ୍ଥ ଥିବାରୁ ସେ ପୂର୍ବରୁ ଗାଁ ପାଖ ଏକ କ୍ଲିନିକରେ ଚିକିତ୍ସା କରାଉଥିଲେ। ତେବେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ଆଜି ଅପରାହ୍ନରେ ରାଇରଙ୍ଗପୁର ଡାକ୍ତର ଖାନାକୁ ଆସିଥିଲେ କିନ୍ତୁ କ୍ଲିନିକ୍‌ରେ ଚିକିତ୍ସା କରାଇଥିବାରୁ ଡାକ୍ତର ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ବଦଳରେ ଥାନାରେ ପୁରାଇ ଦେବେ ବୋଲି ଧମକ ଦେଇଥିଲେ। ପରେ ସେନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଉଭୟ ରାଇରଙ୍ଗପୁର ଟାଉନ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଗଣମାଧ୍ୟମକୁ ଡାକନ୍ତୁ ବୋଲି ମଧ୍ୟ ଧମକ ଦେଉଥିଲେ ବୋଲି ଅଭିଯୋଗକାରୀ କହିଛନ୍ତି।

ତେବେ ରୋଗୀ ଓ ସମ୍ପର୍କୀୟ ଦୀର୍ଘ ତିନିଘଣ୍ଟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଡାକ୍ତରଖାନାକୁ ଯିବାରୁ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ରବୀନ୍ଦ୍ରନାଥ ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ସେ ଘଟଣା ସମର୍କରେ ଜାଣିନଥିବା ନେଇ କହିଛନ୍ତି। ତେବେ ଉକ୍ତ ଘଟଣାର ତଦନ୍ତ କରିବେ ବୋଲି ନିଜ ମତ ରଖିଛନ୍ତି। ତେବେ ଏନେଇ ଥାନାର ଏସଆଇ ମିନତୀ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ଏନେଇ ଲିଖିତ ଅଭିଯୋଗ ହୋଇଛି ବୋଲି ନିଜ ମତ ରଖିଛନ୍ତି।

ଏହା ବ୍ୟତୀତ ଏକାଧିକ ରୋଗୀ ଓ ସମ୍ପର୍କୀୟ ମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ଯେ ଆଜି ଅପରାହ୍ନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଡ଼ାକ୍ତର ମାନେ ଚିକିସ୍ୟା ତୋ ଦୂରର କଥା ଥରେ ହେଲେବି ଉକ୍ତ ୱାର୍ଡ଼କୁ ମଧ୍ୟ ଯାଇନଥିବା ଅଭିଯୋଗ କରିଛନ୍ତି। ରୋଗୀ ମାନେ ଡାକ୍ତରଙ୍କୁ ଡାକିଲେ ସେମାନଙ୍କ ଏକ ଜରୁରୀ ବୈଠକ ଚାଲିଛି ବୋଲି କହିଛନ୍ତି।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe