ଭୁବନେଶ୍ବର: ଆଗାମୀ ୧୮ ତାରିଖ ଭିତରେ ମିଳିବ ‘ସୁଭଦ୍ରା’ ଟଙ୍କା। ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳାଙ୍କୁ ଆତ୍ମନିର୍ଭର ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ସୁଭଦ୍ରା’ ଯୋଜନା। ବର୍ଷକରେ ୫ହଜାର ଲେଖାଏଁ ଦୁଇଟି କିସ୍ତି ୧୦ ହଜାର ମିଳିବ । ଏଭଳି ୫ବର୍ଷରେ ୫୦ହଜାର ଟଙ୍କା ପାଇବେ। ଏହାରି ମଧ୍ୟରେ ମହିଳାମାନେ ତିନୋଟି କିସ୍ତି ପାଇ ସାରିଛନ୍ତି।
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଏହାଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କାର ପ୍ରଥମ କିସ୍ତି ଯାଇଥିଲା।
ଆହୁରି ପଢ଼ନ୍ତୁ: Fire Jharsuguda Railway Railway Station ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ନିଆଁ ଲିଭା କାମରେ ନିୟୋଜିତ ଅଗ୍ନିଶମ ବାହିନୀ
ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂଦେଓ ଉପସ୍ଥିତ ଥିଲେ। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ୍ ଓରାମ ବି ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାର ହିତରାଧିକାରୀମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Sarpanch Arrested ସଇଁତଲାରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟନ ଫଳକ ଭାଙ୍ଗିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ଡୁଙ୍ଗୁରିପାଲି ସରପଞ୍ଚ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/13/subhadra-2026-01-13-14-11-53.jpg)