Rairangpur Photograph: (sambad.in)
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ପରିସରରେ ଥିବା ମିସନଶକ୍ତି ଗୃହ ପରିସରରେ ବ୍ଲକ୍ସ୍ତରୀୟ ‘ସୁଭଦ୍ରା ଶକ୍ତି’ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ନିଆରା କାର୍ଯ୍ୟକ୍ରମ ବିଡିଓ ଧାନାଇ କିସ୍କୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକର ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ୍, ସମ୍ମାନିତ ଅତିଥି ମୟୂରଭଂଜ ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ସିଡ଼ିପିଓ କୁଇଲି ମଣି ଟୁଡୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ।
ମିସନଶକ୍ତି ଗୃହ ପରିସରରେ ବ୍ଲକ୍ସ୍ତରୀୟ ‘ସୁଭଦ୍ରା ଶକ୍ତି’ ବିଜାତଳା ବ୍ଲକର ୯ଟି ପଞ୍ଚାୟତ ଓ ପୌରପରିଷଦର ମୋଟ ୨୬ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଅଂଶଗ୍ରହଣ କରିଥିଲେ।
ଏଥିରେ ବିଜାତଳା ବ୍ଲକର ୯ଟି ପଞ୍ଚାୟତ ଓ ପୌରପରିଷଦର ମୋଟ ୨୬ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଅଂଶଗ୍ରହଣ କରିଥିଲେ। ସେମାନେ ବିଭିନ୍ନ ପ୍ରକାର ପିଠା, କେକ୍, ବ୍ୟଞ୍ଜନ ସମେତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରିଥିବା ବେଳେ ସେଥିମଧ୍ୟରୁ ୩ଟି ସ୍ବୟଂ ସହାୟକ ଗୋଷ୍ଠୀ; ସୁଦର୍ଶନପୁରର ଶ୍ରୀ କ୍ରୀଷ୍ଣା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଥମ, ପୁରୁଣାପାଣି ଗ୍ରାପର ତାମଳବନ୍ଧ ଗ୍ରାମର ପ୍ରତିଜ୍ଞା ସ୍ବୟଂ ସହାୟକ ଗୋଷ୍ଠୀକୁ ଦ୍ଵିତୀୟ ଓ ହଳଦାରର ସ୍ବୟଂ ସହାୟକ ଗୋଷ୍ଠୀକୁ ତୃତୀୟ ପୁରସ୍କାରରେ ପୁରସ୍କୃତ କରିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ଟୁଡୁ ପ୍ରଥମ ପୁରସ୍କାର ବାବଦକୁ ୫ ହଜାର, ଦ୍ବିତୀୟ ପୁରସ୍କାର ବାବଦ ୪ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ୨ ହଜାର ଟଙ୍କା ପ୍ରଦାନ କରିଥିଲେ।
ବିପିଏମ୍ ଅଞ୍ଜନ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଜଜ୍ ଭାବେ ଏବିଡ଼ିଓ ସୂରାଇ ଟୁଡୁ, ବିଏସଏସଓ ସୋମବାରୀ କିସ୍କୁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଏପିଓ ସାଧନା ଜେନା, ଡବ୍ଲୁଇ ଓ ଶୁଭେନ୍ଦୁ ବରାଳ, ବିପିସି ମୋହନ ଚରଣ ହେମ୍ବ୍ରମ୍, ସହକାରୀ ଶିକ୍ଷୟିତ୍ରୀ ହେମଲତା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ପ୍ରତିଯୋଗିତା ପାଇଁ ବ୍ଳକ୍ର ସମସ୍ତ ଏମବିକେ, ବ୍ୟାଙ୍କ୍ ମିତ୍ର ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିପିମ୍ ଶ୍ରୀ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।
Mayurbhanj
Follow Us