ଫେବ୍ରୁଆରି ୨୮ରୁ ସୁଭଦ୍ରା ଶକ୍ତି ମେଳା: ହସ୍ତଶିଳ୍ପ ପ୍ରଦର୍ଶନୀ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

Advertisment

ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ ଖେଳ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୧୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଯୋଗ ଦେବେ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ ଖେଳ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୧୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଯୋଗ ଦେବେ।

Subhadra mela

Subhadra mela Photograph: (Sambad )

ମାଲକାନଗିରି: ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ ଖେଳ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୧୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଯୋଗ ଦେବେ। ଏହି ୭ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଅର୍ଗାନିକ୍ ଉତ୍ପାଦମାନ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଷ୍ଟଲ ଦେଖିବାକୁ ମିଳିବ।

ଏହି ସମାରୋହରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଓଡିଶୀ, ପାରମ୍ପରିକ ନୃତ୍ୟ, ଯୋଡି ଶଙ୍ଖ, ରଣପା, ଘୁମୁରା, ବଜାସାଲ, ଢେମସା ସହ ଜିଲ୍ଲାର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମାର୍ଚ୍ଚ ୧, ୫ ଓ ୬ ରେ ମେଲୋଡି ନାଇଟ୍ସ ଆୟୋଜନ କରାଯାଇଛି।

ମାର୍ଚ୍ଚ ୧ରେ କୋଲକାତାରୁ ପ୍ଲେ ବ୍ୟାକ ସିଙ୍ଗର ତ୍ରିଶା ଚାଟାର୍ଜୀ ଏବଂ ତାଙ୍କ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ମାର୍ଚ୍ଚ ୫ରେ ପ୍ରସିଦ୍ଧ ଓଡ଼ିଆ ଗାୟକ ତଥା ଶ୍ରୀ ଜଗନ୍ନାଥଙ୍କ ଭଜନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସୌରଭ ଭରଦ୍ୱାଜ ଓ ବର୍ଣାଳି ହୋତା ଯୋଗ ଦେବେ।

ମାର୍ଚ୍ଚ ୧ରେ କୋଲକାତାରୁ ପ୍ଲେ ବ୍ୟାକ ସିଙ୍ଗର ତ୍ରିଶା ଚାଟାର୍ଜୀ ଏବଂ ତାଙ୍କ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ମାର୍ଚ୍ଚ ୫ରେ ପ୍ରସିଦ୍ଧ ଓଡ଼ିଆ ଗାୟକ ତଥା ଶ୍ରୀ ଜଗନ୍ନାଥଙ୍କ ଭଜନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସୌରଭ ଭରଦ୍ୱାଜ ଓ ବର୍ଣାଳି ହୋତା ଯୋଗ ଦେବେ। ଉଦଯାପନୀ ସନ୍ଧ୍ୟାରେ ଶ୍ରୀତମ ସାମନ୍ତରାୟ ଏବଂ ତାଙ୍କ ଦଳ ଆଞ୍ଚଳିକ ଦେଶିଆ ଗୀତ ପରିବେଷଣ କରିବେ। ଏହି ମେଳା ମହିଳାମାନଙ୍କ ଆୟ ବୃଦ୍ଧି କରିବା ସହ ଆର୍ଥିକ ଓ ସାମାଜିକ ସ୍ବାଧିନତା ଏବଂ ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବା ସ୍ବପ୍ନ ସାକାର କରିବ। ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳପିଣ୍ଡ ହେବ ମହିଳା ସଶକ୍ତିକରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe