ରାଜ୍ୟସଭା ଉପନିର୍ବାଚନ ଲାଗି ସୁଜିତ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଜି ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଭାବେ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି।  ଏନେଇ ଦଳର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି। ଏଣେ ଆଜି ପୂର୍ବାହ୍ନରେ ସୁଜିତ କୁମାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି।

xcg

ଭୁବନେଶ୍ବର: ଆଜି ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଭାବେ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି।  ଏନେଇ ଦଳର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି। ଏଣେ ଆଜି ପୂର୍ବାହ୍ନରେ ସୁଜିତ କୁମାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି।

ଆଉ କିଛି ସମୟ ପରେ ସୁଜିତ କୁମାର ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ଏନେଇ ପ୍ରଦୀପ୍ତ ନାୟକ କହିଛନ୍ତି, ସୁଜିତ କୁମାରଙ୍କ ଆଗରୁ ଅଭିଜ୍ଞତା ରହିଛି ରାଜ୍ୟସଭା ସାଂସଦ ଭାବରେ। ସୁଜିତ କୁମାର ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ୩୦ ଜଣ ବିଧାୟକ ଉପସ୍ଥିତ ରହିବେ। ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିବେ। ସଂସଦୀୟ ବୋର୍ଡର ନିଷ୍ପତ୍ତି ପରେ ସୁଜିତ କୁମାରଙ୍କ ନାଁ ରେ ମୋହର  ବାଜିଛି।

ଏଣେ ଆଉ କିଛି ସମୟ ପରେ ସୁଜିତ କୁମାର ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ  ଗତ ସେ‌ପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଏବେ  ପୂର୍ବରୁ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ଏହାପରେ ବିଜେପି ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇଥିଲା।
ସୁଜିତ କୁମାର ବି ସେହି ସମାନ ପନ୍ଥା ଆପଣାଇଥିଲେ। ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ। ତେଣୁ ଏବେ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଦଳ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି।
ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ହଠାତ୍ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିଛି। 
ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦ରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୩ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ରେ ନାମାଙ୍କନ ଯାଞ୍ଚ ଓ ୧୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe