ନେତା ଓ କର୍ମୀଙ୍କୁ ପ୍ଲାନ୍‌ ‘ଏ’ ଓ ‘ବି’ ପାଠପଢ଼ାଇଲେ ଜୁଏଲ

ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲାର ସମ୍ବର୍ଦ୍ଧନା ସେକ୍ଟର-୩ସ୍ଥ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନୂତନ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Juel Oram

Juel Oram Photograph: (Sambad )

ରାଉରକେଲା: ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲାର ସମ୍ବର୍ଦ୍ଧନା ସେକ୍ଟର-୩ସ୍ଥ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନୂତନ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଉପସ୍ଥିତ ନେତା ଓ କର୍ମୀଙ୍କୁ ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।

ବିଧାନସଭା, ଜିଲ୍ଲା ପରିଷଦ, ମହାନଗର ନିଗମ, ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାକୁ ‘ଏ’ ଓ ‘ବି’ ଯୋଜନାର ପାଠ ପଢ଼ାଇଥିଲେ। ପ୍ଲାନ୍‌ ‘ଏ’ରେ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ୪ ବିଧାନସଭା, ‘ବି’ରେ ଜିଲ୍ଲା ପରିଷଦ, ମହାନଗର ନିଗମ, ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ ନବ ନିର୍ବାଚିତ ରାଜ୍ୟ ପରିଷଦ ସଭ୍ୟ, ମଣ୍ଡଳ ସଭାପତି, ରାଉରକେଲା, ବଣାଇ କ୍ଷେତ୍ରର ମଣ୍ଡଳ ସଭାପତିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଧାନସଭା, ଜିଲ୍ଲା ପରିଷଦ, ମହାନଗର ନିଗମ, ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାକୁ ‘ଏ’ ଓ ‘ବି’ ଯୋଜନାର ପାଠ ପଢ଼ାଇଥିଲେ। ପ୍ଲାନ୍‌ ‘ଏ’ରେ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ୪ ବିଧାନସଭା, ‘ବି’ରେ ଜିଲ୍ଲା ପରିଷଦ, ମହାନଗର ନିଗମ, ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ରମେଶ ଅଗ୍ରୱାଲ, ଜଗବନ୍ଧୁ ବେହେରା, ମନୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜିତା କିସ୍‌ପଟ୍ଟା, ବଣାଇ ପୂର୍ବତନ ସଭାପତି ରାମବିହାରୀ ପ୍ରଧାନ, ଅର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ରାଜେଶ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନୃସିଂହ ଚରଣ ଜେନା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe