ଅସ୍ମିତା ରାଜ୍ୟ ହକି’ ଆରମ୍ଭ: ସୁନ୍ଦରଗଡ଼ର ବୃହତ୍‌ ବିଜୟ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ‘ଅସ୍ମିତା ରାଜ୍ୟସ୍ତରୀୟ ହକି’ ପ୍ରତିଯୋଗିତା ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଉଭୟ ବାଳିକା ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ଆଜି ୮ଟି ମ୍ୟାଚ୍‌ ଖେଳାଯାଇଥିଲା।

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ‘ଅସ୍ମିତା ରାଜ୍ୟସ୍ତରୀୟ ହକି’ ପ୍ରତିଯୋଗିତା ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଉଭୟ ବାଳିକା ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ଆଜି ୮ଟି ମ୍ୟାଚ୍‌ ଖେଳାଯାଇଥିଲା। ଉପକନିଷ୍ଠ ବାଳିକା ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ୯-୦ ଗୋଲ୍‌ରେ ଝାରସୁଗୁଡ଼ାକୁ ପରାସ୍ତ କରିଥିବାବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୬-୦ ଗୋଲରେ ସମ୍ବଲପୁର, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ୬-୨ ଗୋଲରେ ଖୋର୍ଦ୍ଦା ଏବଂ କିଟ୍‌ ଓ କିସ୍‌ ୩-୨ ଗୋଲରେ ଗାଙ୍ଗପୁର ହକି ଆସୋସିଏସନକୁ ପରାସ୍ତ କରିଛି।

ସେହିଭଳି କନିଷ୍ଠ ବର୍ଗରେ ସୁନ୍ଦରଗଡ଼ ୧୮-୦ ଗୋଲ୍‌ରେ କଳାହାଣ୍ଡିକୁ ପରାସ୍ତ କରିଥିବାବେଳେ ଦେବଗଡ଼ ୬-୧ ଗୋଲରେ ଢେଙ୍କାନାଳ, ଖୋର୍ଦ୍ଦା ୬-୦ ଗୋଲରେ ଜୟପୁର ଓ ଏସ୍ଏମ୍ଏସ୍‌ ହକି ଏକାଡେମୀ ୫-୩ ଗୋଲ୍‌ରେ ଗଞ୍ଜାମକୁ ପରାସ୍ତ କରିଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସହଯୋଗ ତଥା ଓଡ଼ିଶା ହକି ସଂଘ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାର ଉଭୟ ବର୍ଗରେ ୮ଟି ଲେଖାଏ ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୩୧ ତାରିଖ ଯାଏ ପ୍ରତିଯୋଗିତା ଚାଲିବ।

publive-image

କନିଷ୍ଠ ବର୍ଗରେ ସୁନ୍ଦରଗଡ଼ ୧୮-୦ ଗୋଲ୍‌ରେ କଳାହାଣ୍ଡିକୁ ପରାସ୍ତ କରିଥିବାବେଳେ ଦେବଗଡ଼ ୬-୧ ଗୋଲରେ ଢେଙ୍କାନାଳ, ଖୋର୍ଦ୍ଦା ୬-୦ ଗୋଲରେ ଜୟପୁର ଓ ଏସ୍ଏମ୍ଏସ୍‌ ହକି ଏକାଡେମୀ ୫-୩ ଗୋଲ୍‌ରେ ଗଞ୍ଜାମକୁ ପରାସ୍ତ କରିଛି।

ଉଦ୍‌ଘାଟନୀ ଉତ୍ସବରେ ଉପଜିଲ୍ଲାପାଳ ବିଜୟ ନାୟକ, ହକି ଓଡ଼ିଶା ଉପସଭାପତି ଜୀବନ ମହାନ୍ତି, ସମ୍ପାଦକ ସନାତନ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ବରିଷ୍ଠ ସଦସ୍ୟ ରଞ୍ଜନ ଦାସ, ଲକ୍ଷ୍ମୀଧର ମହାନ୍ତି, ବରିଷ୍ଠ କୋଚ୍‌ କାଳୁ ଚରଣ ଚୌଧୁରୀ, ପରିଚାଳନା କମିଟି ମୁଖ୍ୟ ଶେଖର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe