ବରିଷ୍ଠ ପୁରୁଷ ରାଜ୍ୟ ହକି: ସୁନ୍ଦରଗଡ଼ ବିଜେତା

ବରିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ବିଜେତା ହୋଇଛି। ଦଳ ଫାଇନାଲ ମ୍ୟାଚ୍‌‌ସାରା ଆଧିପତ୍ୟ ବିସ୍ତାରକରି ଏକ ସହଜ ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୁନ୍ଦରଗଡ଼ ଓ ପୂର୍ବତଟ ରେଳବାଇ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା।

sundargarh hockey

ରାଉରକେଲା: ଏଠାରେ ଚାଲିଥିବା ବରିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ବିଜେତା ହୋଇଛି। ଦଳ ଫାଇନାଲ ମ୍ୟାଚ୍‌‌ସାରା ଆଧିପତ୍ୟ ବିସ୍ତାରକରି ଏକ ସହଜ ବିଜୟହାସଲ କରିଛି। ରବିବାର ସଂଧ୍ୟାରେ ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୁନ୍ଦରଗଡ଼ ଓ ପୂର୍ବତଟ ରେଳବାଇ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ, କିନ୍ତୁ ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା।

ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ, ୧୭ତମ ମିନିଟ୍‌ରେ ସୁନ୍ଦରଗଡ଼ର ପ୍ରସାଦ କୁଜୁର ଏକ ଚମତ୍କାର ଫିଲ୍‌ଡ ଗୋଲ୍‌ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର୍‌ର ପ୍ରଥମ ମିନିଟ୍‌ରେ କିନ୍ତୁ ପୂର୍ବତଟ ରେଳବାଇ ଗୋଲ୍‌ ପରିଶୋଧ କରିଥିଲା। ଦଳପକ୍ଷରୁ ଅଧିନାୟକ ସୁନୀଳ ଟପ୍ପୋ ଗୋଲ୍‌ସ୍କୋର୍‌ କରିଥିଲେ।

ତେବେ ୪୦ତମ ମିନିଟ୍‌ରେ ସୁନ୍ଦରଗଡ଼ର ପ୍ରସାଦ ଆଉ ଏକ ଗୋଲ୍‌ଦେଇ ଦଳକୁ ବହୁପ୍ରତିକ୍ଷୀତ ୨-୧ ଗୋଲ୍‌ର ଅଗ୍ରଣୀ ଭେଟିଦେଇଥିଲେ। ଶେଷ କ୍ବାର୍ଟରରେ ସୁନ୍ଦରଗଡ଼ର ରାହୁଲ ଏକ୍କା(୫୦ ଓ ୫୮) ଦୁଇଟି ଗୋଲ୍‌ ଦେଇ ବ୍ୟବଧାନକୁ ୪-୧ ଗୋଲକୁ ନେଇଥିଲେ। ମ୍ୟାଚ୍‌କୁ ଫେରିବାକୁ ପୂର୍ବତଟ ରେଳବାଇ ଖେଳାଳି କଡ଼ା ପ୍ରୟାସ କରିଥିଲେ ମଧ୍ୟ ସଫଳ ନହେବାରୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁନ୍ଦରଗଡ଼ ଦଳର ବିଜୁ ଏକ୍କା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଶ୍ରେଷ୍ଠ ଫର୍‌ୱାର୍ଡ‌୍ ସୁନୀଲ ଟପ୍ପୋ(ପୂର୍ବତଟ ରେଳବାଇ), ଶ୍ରେଷ୍ଠ ଗୋଲ୍‌ରକ୍ଷକ ଦିଲୀପ କୁମାର ସା(ସୁନ୍ଦରଗଡ଼), ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ସଞ୍ଜୟ କୁମାର ସୁରୀନ(ଦେବଗଡ଼), ଶ୍ରେଷ୍ଠ ଡିଫେଣ୍ଡର୍‌ କେରୋବିନ ଲାକ୍ରା(ଗାଙ୍ଗପୁର) ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ପରସ୍କାର ବିତରଣୀ ଉତ୍ସବରେ ଏସିଏଫ୍‌ ସୌମ୍ୟ ରଞ୍ଜନ ଗୋଚ୍ଛାୟତ, ରାଉରକେଲା ସରକାରୀ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ୍‌ ଡା. ସୁଧା ପ୍ରଧାନ, ରାଜ୍ୟ କ୍ରୀଡ଼ା ବିଭାଗର ଉପ-ନିର୍ଦ୍ଦେଶକ ସୁଦୀପ୍ତ ନାୟକ, ଓଡ଼ିଶା ହକିର କୋଚିଂ ନିର୍ଦ୍ଦେଶକ ବି.ଜେ.କାରିଆପ୍ପା, ହକି ଓଡ଼ିଶା ସଂପାଦକ ସନାତନ ସାହୁ, ପାନପୋଷ କ୍ରୀଡ଼ା ଛାତ୍ରାବାସର ଓଏସ୍‌ଡି କେ.ସି.ଚ‌ୌଧୁରୀ, ଭରତ ଚନ୍ଦ୍ର ସାହୁ, ଲୁସିଲା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe