ପୂର୍ବରୁ ଜେଲ୍‌ ଯାଇଥିଲେ ବି ସୁଧୁରିଲେନି ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନ

ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନଙ୍କ ବିଭିନ୍ନ ଠିକଣାରୁ ଭିଜିଲାନ୍ସ ବିଭାଗ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଯନ୍ତ୍ରୀ ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍‌ ଠାବ କରିଛନ୍ତି।

Sahadeb Kissan

Sahadeb Kissan Photograph: (sambad.in )

ରାୟଗଡ଼ା: ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନଙ୍କ ବିଭିନ୍ନ ଠିକଣାରୁ ଭିଜିଲାନ୍ସ ବିଭାଗ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଯନ୍ତ୍ରୀ ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍‌, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ଠାବ କରିଛନ୍ତି। ସେହିପରି ୧୦ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ସହଦେବ କିଶାନ ଦୁର୍ନୀତି ମାମଲାରେ ପୂର୍ବରୁ ଜେଲ୍‌ ଯାଇଥିଲେ ମଧ୍ୟ ସୁଧୁରିବାକୁ ଚେଷ୍ଟା କରି ନାହାନ୍ତି। 

ସୂଚନାଯୋଗ୍ୟ, ଗତକାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଯନ୍ତ୍ରୀ ସହଦେବ କିଶାନ ଭିଜିଲାନ୍ସ ହାତରେ ଧରାପଡ଼ିିଥିଲେ।  ବୁଧବାର ସନ୍ଧ୍ୟା ସମୟରେ ଜନୈକ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ସରକାରୀ ଭଡ଼ା ଗାଡ଼ି (ଓଡି୧୮-ଏନ-୭୯୫୭)ରେ ସକରାରୀ ବାସଭବନକୁ ଗଲା ବ‌େଳେ ପୂ୍ର୍ବରୁ ପ୍ରସ୍ତୁତ ହୋଇଥିବା ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଗାଡ଼ି ଖାନତଲାସି କରି ତାଙ୍କ ନିକଟରୁ ୩ଗୋଟି ୫୦୦ ଟଙ୍କିଆ ବଣ୍ଡଲ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ ଟଙ୍କା ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ କିଶାନ କୌଣସି ସନ୍ତୋଜନକ ଉତ୍ତର ଭିଜିଲାନ୍ସ ଟିମ୍‌କୁ ଦେଇପାରିନଥିଲେ।

ଅଧୀକ୍ଷଣ ଯନ୍ତ୍ରୀଙ୍କ ପିଏଚଡି କଲୋନିରେ ଥିବା ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଅନ୍ୟ ଏକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା।

ଅଧୀକ୍ଷଣ ଯନ୍ତ୍ରୀ କିସାନ ଲାଞ୍ଚ କାରବାର କରୁଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଏସପି ରବୀନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ସଦାନନ୍ଦ ପାଣି, ଅଭୟ ପ୍ରଧାନ ଏବଂ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଗଠନ ହୋଇଥିଲା। ରାୟଗଡ଼ାରୁ ଲାଞ୍ଚ ଟଙ୍କା ନେଇ ଗାଡ଼ିରେ ଯିବା ସମୟରେ ଅଧୀକ୍ଷଣ ଯନ୍ତ୍ରୀ କିସାନଙ୍କୁ ଟଙ୍କା ସହିତ ଧରିଥିଲେ। ଏହାପରେ ସେଠାରୁ ଶିରିଗୁଡ଼ାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବିଭିନ୍ନ ନଥିପତ୍ର ଜବତ କରିଥିଲା  ଭିଜିଲାନ୍ସ ଟିମ୍‌। ବର୍ତ୍ତମାନ ଭିଜିଲାନ୍ସ ତରଫରୁ ଜାଞ୍ଚ ଚାଲିଛି।

ଏଠାରେ ସୂଚନାଯୋଗ୍ୟ‌େ ଯେ ଶ୍ରୀ କିଶାନ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗରେ ଅଧୀକ୍ଷଣ ଯନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରଠାରୁ କାର୍ଯ୍ୟ ଗୁଡ଼ିକରେ ମିଥ୍ୟା ବିଲ୍‌ ଓ ୫ ଲକ୍ଷ ଟଙ୍କିଆ ଟେଣ୍ଡର କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦୁର୍ନୀତି ହୋଇଥିବା ଗୁରୁତ୍ତର ଅଭିଯୋଗ ହୋଇଛି। ୨୦୨୩ ମସିହାରେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଜୈନିକ ଏଷ୍ଟିମେଟର ଜଣେ ଠିକାଦାରଙ୍କ ଏଷ୍ଟିମେଟ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିବା ବ‌େଳେ ଭିଜିଲାନ୍ସ ହାତରେ ଧରାପଡ଼ି ସେ ଜେଲ୍‌ ଯାଇଥିଲେ।

Odisha Vigilance | Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe