ଭବାନୀପାଟଣା/ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ଉତ୍ସାହ, ଗୋଟିଏ ଦିନରେ ନିବେଶକଙ୍କ ଲାଭ ୬ ଲକ୍ଷ କୋଟି

ସୂଚନା ଅନୁସାରେ, ତଲଝାପି ପଞ୍ଚାୟତ ନିକେସଯୋର ଗାଁର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘାସିରାମ ମାଝୀ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏଥିପାଇଁ ସୁପରଭାଇଜର ଶ୍ରୀ ମହାରଣା ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ।

ଏହି ଖବର ପଢ଼ନ୍ତୁ: ଯାଞ୍ଚ ପାଇଁ ଅଟକାଇବାରୁ ପୁଲିସଙ୍କ ଉପରେ ଗାଡି ଚଢ଼ାଇଦେଲେ ଗଂଜେଇ ଚାଲାଣକାରୀ

ଗୁରୁବାର ସନ୍ଧ୍ୟାରେ ତିନିଜଣ ଫୋନ୍‌ ପେ’ ମାଧ୍ୟମ ୪ ହଜାର ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କ ମୋବାଇଲକୁ ଜବତ କରିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ କେସ୍‌ ନମ୍ବର ୧/୧.୧.୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ଜୁନାଗଡ଼ର ଶ୍ରୀ ମହାରଣାଙ୍କ ଘର (ବର୍ତ୍ତମାନ ଭଡ଼ାରେ ଦିଆଯାଇଛି), ଚିଲଗୁଡ଼ା ସରକାରୀ କ୍ବାର୍ଟର୍ସ ଓ ଥୁଆମୂଳ ରାମପୁର ଡାକ୍ତରଖାନାରେ ଚଢ଼ଉ କରାଯାଇଛି। ସେ ଥୁଆମୂଳ ରାମପୁର ଓ ମହୁଲପାଟଣା ଡାକ୍ତରଖାନା ଦାୟିତ୍ୱରେ ଥିଲେ।

ଏହି ଖବର ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୪.୮ଡିଗ୍ରି ରେକର୍ଡ଼ 

ଅର୍ଜୁନ ନାଏକ, ବବଲୁ ନାଏକ ଓ ଘାସିରାମ ମାଝୀ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏଥିପାଇଁ ସୁପରଭାଇଜର ଶ୍ରୀ ମହାରଣା ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୁରୁବାର ସନ୍ଧ୍ୟାରେ ତିନିଜଣ ଫୋନ୍‌ ପେ’ ମାଧ୍ୟମ ୪ ହଜାର ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସିଥିଲେ।

ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କଠାରୁ ୨ହଜାର ଲେଖାଏଁ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ। ଲାଞ୍ଚ ନ ଦେଲେ ସେମାନଙ୍କୁ  ମାସ ମାସ ଧରି ହଇରାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଆଜିର ଚଢ଼ଉରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସ୍‌ଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ