ଶରଣକୁଳ ବନପାଳଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଶରଣକୁଳ ବନପାଳ ଶିଶିର କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ। ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଉଦ୍ଧାର ହୋଇଛି।

vh

ନୟାଗଡ଼: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଶରଣକୁଳ ବନପାଳ ଶିଶିର କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲି ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ଶିକାରୀ ମୃତ୍ୟୁ ଘଟିଥିବା ବେଳେ ଆଜି ବନପାଳଙ୍କ ମୃତ୍ୟୁ ଭିନ୍ନ ସନ୍ଦେହ ସୃଷ୍ଟି କରିଛି। ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଉଦ୍ଧାର ହୋଇଛି। ନୟାଗଡ଼ ପଞ୍ଚରିଡା ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହକୁ ଟାଉନ ଥାନା ପୁଲିସ ଜବତ କରିଛି। ନୟାଗଡ଼ ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଅଭାବନୀୟ  ଘଟଣା ଘଟିଛି। ଶିଶିର ନିଜ ଦେହରେ ନିଆଁ  ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି ତାହା ସନ୍ଦେହ ଘେରରେ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଶିଶିର, ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ  ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବା ପାଇଁ  ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ଘରର ବେଡରୁମ୍ ଖଟ ଉପରେ ଶିଶିରଙ୍କ ମୃତଦେହ ପଡ଼ିରହିଛି । ସେପଟେ ଶିଶିରଙ୍କ ସ୍ତ୍ରୀ ନମିତା ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ। ନିଆଁ ଲାଗି ଘରେ ଥିବା ସ୍କୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି ।

ଶିଶିର, ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ  ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବା ପାଇଁ  ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ଘରର ବେଡରୁମ୍ ଖଟ ଉପରେ ଶିଶିରଙ୍କ ମୃତଦେହ ପଡ଼ିରହିଛି । ସେପଟେ ଶିଶିରଙ୍କ ସ୍ତ୍ରୀ ନମିତା ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ। ନିଆଁ ଲାଗି ଘରେ ଥିବା ସ୍କୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି।

ନିଆଁ  ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ  ନାନା ସନ୍ଦେହ  ସୃଷ୍ଟି ହୋଇଛି। କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୁଲିସ । ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କର ଘର  ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ସହରର ବାରମାସୀଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ। ଟାଉନଥାନା ପୁଲିସ ଶିଶିରଙ୍କ ପୁଅଙ୍କୁ ପଚରାଉଚରା କରୁଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe