ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତରେ ବାତ୍ୟା ମୋନ୍ଥାର ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। 

Advertisment

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ

ସୂଚନା ଅନୁଯାୟୀ, ଯୋଗାଣ ସହାୟକ ସୁରେନ୍ଦ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ।  ସୁରେନ୍ଦ୍ର ନିଜ ଡିଉଟି ସାରି ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ସୁରେନ୍ଦ୍ର ଗମାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ:Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାତ୍ୟା ପବନ ନେଇ ଆସୁଥିବା ବେଳେ ଓଡିଶାକୁ ପବନର ଭୟ ନୁହେଁ ବରଂ ବର୍ଷାର ଭୟ ରହିଛି । କାରଣ ବର୍ଷା ହେଲେ ଭୂସ୍ଖଳନର ଆଶଙ୍କା ରହିଛି । ଗଜପତି ଭୂସ୍କଳନର ରାଡାର ଭିତରେ ଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଭୂସ୍ଖଳନର ଆଶଙ୍କା ଏବଂ ଆତଙ୍କକୁ ବଢାଇ ଦେଇଛି । ତେବେ ଗଜପତି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । 

ଆହୁରି ପଢ଼ନ୍ତୁ: Paradeep port: ୫୦ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷରିତ: ‘ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ ହେବ’

୭ ବର୍ଷ ତଳେ ବାତ୍ୟା ତିତଲି ଏହି ଅକ୍ଟୋବର ମାସରେ ଦକ୍ଷିଣ ଓଡିଶାରେ ପ୍ରଭାବ ପକାଇଥିବା ବେଳେ ସବୁଠାରୁ ଅଧିକ ଗଜପତିରେ ପ୍ରଳୟ ରଚିଥିଲା । 

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ଲଗାଣ ବର୍ଷା କାରଣରୁ ପାହାଡରୁ ପାଣି ତଳକୁ ମାଡି ଆସିବା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁ ଭୂସ୍ଖଳନରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ଥିଲା । ବର୍ଷା-ବାତ୍ୟାରୁ ବର୍ତ୍ତିବାକୁ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡରୁ ମାଟି ଅତଡା ସହ ପାଣି ମାଡି ଆସିବାରୁ ମୃତ୍ୟୁର ଫାସରେ ଫସିଥିଲେ ସମସ୍ତେ । ପାହାଡି ଇଲାକାରେ ରହିଥିବା ଘରେ ପାଣି ପଶିଯାଇଥିଲା, ଘର ଭାଙ୍ଗି ଯାଇଥିଲା ଏବଂ ମାଟି ଅତଡା ତଳେ ମଣିଷ ପୋତି ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ସେ କାଳରାତି, ସେ କାଳ ସମୟକୁ ଗଜପତିବାସୀ କେବେ ଭୁଲି ପାରିବେନି  ।

death | Cyclone Montha