‘ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୁରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି’

Advertisment

ମହୁଆ ମୈତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ। ଏଥି ପାଇଁ ସେ ଲୋକସଭାରୁ ବିତାଡ଼ିତ ହୋଇଥିଲେ। ଆଉ ସେ ପୁଣି କଣ ଓଡ଼ିଶାକୁ ଧମକ ଦେବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ମହୁଆ ମୈତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ। ଏଥି ପାଇଁ ସେ ଲୋକସଭାରୁ ବିତାଡ଼ିତ ହୋଇଥିଲେ। ଆଉ ସେ ପୁଣି କଣ ଓଡ଼ିଶାକୁ ଧମକ ଦେବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Mahua and Suresh

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ତୃଣମୂଳ କଂଗ୍ରେସରୁ ସାଂସଦ ମହୁଆ ମୈତ୍ରଙ୍କ ମନ୍ତବ୍ୟକୁ ନେଇ କଡ଼ା ଭର୍ତ୍ସନା କରିଛନ୍ତି। ମହୁଆ ମୈତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ। ଏଥି ପାଇଁ ସେ ଲୋକସଭାରୁ ବିତାଡ଼ିତ ହୋଇଥିଲେ। ଆଉ ସେ ପୁଣି କଣ ଓଡ଼ିଶାକୁ ଧମକ ଦେବେ ବୋଲି କହିଛନ୍ତି।

ଓଡ଼ିଆ ପୁଅକୁ ବାହା ହୋଇଛନ୍ତି। ଆଉ ମାସେ ପୁରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି। ଶାଶୁ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ। ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝି ପାରୁ ନାହିଁ। ଇଂରେଜମାନେ ଓଡ଼ିଶାକୁ ଧମକେଇ ପାରିଲେନି। ଆଉ ମହୁଆ ମୈତ୍ର କିଏ? ସେ ଓଡ଼ିଶା ପ୍ରତି ଦୃଷ୍ଟି ନ ଦେଇ ଯଦି ପଶ୍ଚିମବଙ୍ଗ ପ୍ରତି ଦୃଷ୍ଟି ଦିଅନ୍ତେ ତାଙ୍କ ପାଇଁ ମଙ୍ଗଳ ହୁଅନ୍ତା।  

-ସୁରେଶ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଶ୍ରୀ ପୂଜାରୀ କହିଛନ୍ତି, ବାଂଲାଦେଶରୁ ଅନେକ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ କରୁଛନ୍ତି। ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅନୁପ୍ରବେଶ କରୁଛନ୍ତି। ଯେଉଁ ହିନ୍ଦୁ ଶିଖ ବୌଦ୍ଧ, ପାର୍ଶି  ଖ୍ରୀଷ୍ଟିଆନ ଯେଉଁମାନେ ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ସେମାନଙ୍କୁ ଆଣିବା ପାଇଁ ଆଇନ ବି କରିଛୁ। କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକ ତୁମେ କାହିଁକି ଅନୁପ୍ରବେଶ କରି କି ଆସୁଛ। ସେମାନେ ଆସୁ ନାହାନ୍ତି ବରଂ ସେମାନଙ୍କୁ ଅଣା ଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ଦଳ ସେମାନଙ୍କୁ ଆଣୁଛି। ନିଜର ଭୋଟର କାୟା ବୃଦ୍ଧି କରିବା ପାଇଁ। ସେମାନଙ୍କୁ ରାସନକାର୍ଡ ମଧ୍ୟ ଦେଉଛନ୍ତି ଓ ଆଧାରକାର୍ଡ କରୁଛି। ହିନ୍ଦୁମାନଙ୍କ ବିରୁଦ୍ଧରେ ଅପରାଧ କରାଉଛନ୍ତି। ଏମିତି ନ ହେଉ ଯେ ପଶ୍ଚିମବଙ୍ଗରେ ମୂଳ ଭାରତୀୟ ନାଗରିକ ସେମାନେ ସଂଖ୍ୟାଲଘୁ ହେଇ ନ ଯାଆନ୍ତୁ। ପଶ୍ଚିମବଙ୍ଗରେ ଟିଏମସି ସରକାର ଯାହା କରୁଛି ତାଙ୍କୁ ଭଗବାନ କି ଇତିହାସ କେବେ ବି କ୍ଷମା ଦେବେନି। ପଶ୍ଚିମବଙ୍ଗରେ ଆଜି ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯଦି ଆଜି ଆପଣ ପଶ୍ଚିମବଙ୍ଗ ଯିବେ ସୁରକ୍ଷିତ ଫେରିବେ କି ନାହିଁ ଠିକ ନାହିଁ। ଟିଏମସି ପ୍ରାୟୋଜିତ ଅନୁପ୍ରବେଶକାରୀ ଆଣେ। ପଶ୍ଚିମବଙ୍ଗ ଆତଙ୍କବାଦୀ ତିଆରିର ଏନ୍ତୁଡ଼ିଶାଳ ପାଲଟିଛି। 

ଶ୍ରୀ ପୂଜାରୀ କହିଛନ୍ତି, ମୁଁ ନିଜେ ବୁଝିଛି ଯେଉଁ ଅନୁପ୍ରବେଶକାରୀମାନେ ଧରା ପଡ଼ିଛନ୍ତି, ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ କଥା ହେଉଛନ୍ତି। ତାହାର ଅର୍ଥ ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି। ସେଥିପାଇଁ କଥା ହେଉଛନ୍ତି । ଆମେ କଣ କେବେ ପାକିସ୍ତାନ ସହ କଥା ହେଉଛୁ କି। ଅନୁପ୍ରବେଶକାରୀ ତଡ଼ି ପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍‌ ପହଁଚି ସାରିଛି। ଓଡ଼ିଶା ସରକାର ମଧ୍ୟ ସେ ଦିଗରେ କାମ ଆରମ୍ଭ କରିଛନ୍ତି। ଝାରସୁଗୁଡ଼ାରେ ମଧ୍ୟ ଅନେକ ଆତଙ୍କବାଦୀ ପଶ୍ଚିମବଙ୍ଗରୁ ଅପରାଧ କରି ପଳେଇ ଆସିଥିଲେ, ସେମାନଙ୍କୁ ଧରିବା ବେଳକୁ ବେଙ୍ଗଲ ଲୋକ ଆସି ଝାରସୁଗୁଡ଼ାରେ ପହଁଚିଛନ୍ତି। 

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪୨୧ ଜଣ ଶ୍ରମିକଙ୍କୁ ଅଟକ ରଖାଯିବାକୁ ନେଇ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଥିଲେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର ବାସିନ୍ଦା। ଯେଉଁମାନେ ଆଧାରକାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ଥାନା ପୁଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଅପିଲ କରି ଏହି ଶ୍ରମିକମାନଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଭାବିବା ଉଚିତ ନୁହେଁ ଯେ ଏହି ଶ୍ରମିକମାନଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି। ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏଭଳି

Suresh Pujari | mahua Moitra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe