ସହଦେବ ନାୟକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକକୁ ବାନ୍ଧିଲା ପୁଲିସ

ବିଏମସି ସଫେଇ କର୍ମଚାରୀ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶେଇ ଓରଫ ସୁଶାନ୍ତ ନାୟକକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ତାକୁ କଟକ ଜିଲ୍ଲା କାନପୁର ଅଞ୍ଚଳରୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି।

bhi

ଭୁବନେଶ୍ବର: ବିଏମସି ସଫେଇ କର୍ମଚାରୀ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶେଇ ଓରଫ ସୁଶାନ୍ତ ନାୟକକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ତାକୁ କଟକ ଜିଲ୍ଲା କାନପୁର ଅଞ୍ଚଳରୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି।

ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଖଳନାୟିକା ରମା ବେୱା(୫୭) ଗତ ମାସ ୧୬ ତାରିଖରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ୪୦ ଦିନର ଲୁଚକାଳି ଖେଳ ଖେଳିବା ପରେ ରମା ପୁଲିସକୁ ଧରାଦେଇଥିଲା। ପୁଲିସ ତା’ ସମ୍ପତ୍ତି ବାଜ୍ୟାପ୍ତି କରିବ ଭୟ ଦେଖାଇବା ପରେ ଅନ୍ୟ ବାଟ ନପାଇ ରମା ମଞ୍ଚେଶ୍ବର ଥାନାରେ ପହଞ୍ଚି ହାତ ଟେକିଦେଇଥିଲା। କିନ୍ତୁ ଏହି ମାମଲାରେ ରମାର ପୁଅ ନିଲୁ ମଧ୍ୟ ଅଭିଯୁକ୍ତ ଥିବା ସତ୍ତ୍ବେ ସେ ଧରାପଡ଼ିନାହିଁ। ତାକୁ ମିଶାଇ ପୁଲିସ ଏହି ମାମଲାରେ ୭ଜଣଙ୍କୁ ଗିରଫ କଲାଣି। କିନ୍ତୁ ସହଦେବଙ୍କ ବେକକୁ ଖଣ୍ଡାରେ ହାଣିଥିବା ସୁଶାନ୍ତ ନାୟକ ଓ ଷଡ୍ଯନ୍ତ୍ରରେ ସାମିଲ ଥିବା ଅନ୍ୟ ୩ ଏପର୍ଯ୍ୟନ୍ତ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଥିଲେ। ଜାନୁଆରି ୮ ତାରିଖ ସକାଳେ ସହଦେବ ତାଙ୍କ ଝିଅକୁ ରାମମନ୍ଦିର ନିକଟ ଏକ ସ୍କୁଲ୍ରେ ଛାଡ଼ି ରସୁଲଗଡ଼ ଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିଲେ। ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟେଇ, ତା’ ପତ୍ନୀ ଲିପିକା ନାୟକ, ସୁଶାନ୍ତ ନାୟକ ଓ ରକି ନାୟକ ତାଙ୍କୁ ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ବୀଭତ୍ସ ଭାବେ ହାଣି ପକାଇଥିଲେ।

ସୂଚନାଯୋଗ୍ୟ, ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଖଳନାୟିକା ରମା ବେୱା(୫୭) ଗତ ମାସ ୧୬ ତାରିଖରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ୪୦ ଦିନର ଲୁଚକାଳି ଖେଳ ଖେଳିବା ପରେ ରମା ପୁଲିସକୁ ଧରାଦେଇଥିଲା। ପୁଲିସ ତା’ ସମ୍ପତ୍ତି ବାଜ୍ୟାପ୍ତି କରିବ ଭୟ ଦେଖାଇବା ପରେ ଅନ୍ୟ ବାଟ ନପାଇ ରମା ମଞ୍ଚେଶ୍ବର ଥାନାରେ ପହଞ୍ଚି ହାତ ଟେକିଦେଇଥିଲା। କିନ୍ତୁ ଏହି ମାମଲାରେ ରମାର ପୁଅ ନିଲୁ ମଧ୍ୟ ଅଭିଯୁକ୍ତ ଥିବା ସତ୍ତ୍ବେ ସେ ଧରାପଡ଼ିନାହିଁ। ତାକୁ ମିଶାଇ ପୁଲିସ ଏହି ମାମଲାରେ ୭ଜଣଙ୍କୁ ଗିରଫ କଲାଣି। କିନ୍ତୁ ସହଦେବଙ୍କ ବେକକୁ ଖଣ୍ଡାରେ ହାଣିଥିବା ସୁଶାନ୍ତ ନାୟକ ଓ ଷଡ୍ଯନ୍ତ୍ରରେ ସାମିଲ ଥିବା ଅନ୍ୟ ୩ ଏପର୍ଯ୍ୟନ୍ତ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଥିଲେ। 

ଜାନୁଆରି ୮ ତାରିଖ ସକାଳେ ସହଦେବ ତାଙ୍କ ଝିଅକୁ ରାମମନ୍ଦିର ନିକଟ ଏକ ସ୍କୁଲ୍ରେ ଛାଡ଼ି ରସୁଲଗଡ଼ ଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିଲେ। ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟେଇ, ତା’ ପତ୍ନୀ ଲିପିକା ନାୟକ, ସୁଶାନ୍ତ ନାୟକ ଓ ରକି ନାୟକ ତାଙ୍କୁ ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ବୀଭତ୍ସ ଭାବେ ହାଣି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe