ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ଯୈାତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment

ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଠାରେ ଭଡ଼ାଟିଆ ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ରଶ୍ମୀରଞ୍ଜନୀ ବଡ଼କୁମାର। ଯୌତୁକଜନିତ ହତ୍ୟା ଅଭିଯୋଗ କରିଛନ୍ତି ମୃତ ନବବଧୂଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର।

ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଠାରେ ଭଡ଼ାଟିଆ ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ରଶ୍ମୀରଞ୍ଜନୀ ବଡ଼କୁମାର। ଯୌତୁକଜନିତ ହତ୍ୟା ଅଭିଯୋଗ କରିଛନ୍ତି ମୃତ ନବବଧୂଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର।

ୁୂର

ଗୁଣପୁର/ରାୟଗଡ଼ା: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଠାରେ ଭଡ଼ାଟିଆ ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ରଶ୍ମୀରଞ୍ଜନୀ ବଡ଼କୁମାର। ଯୌତୁକଜନିତ ହତ୍ୟା ଅଭିଯୋଗ କରିଛନ୍ତି ମୃତ ନବବଧୂଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର। ୮ ମାସ ତଳେ ଜଣେ କନେଷ୍ଟବଳଙ୍କୁ ବିବାହ କରିଥିଲେ ରଶ୍ମୀରଞ୍ଜନୀ। ଘଟଣା ସ୍ଥଳରେ ଗୁଣୁପୁର ପୁଲିସ୍ ପହଞ୍ଚି ତଦନ୍ତ କରୁଛି।

zx

ସୂଚନା ମୁତାବକ ମୃତକ ନବବଧୁ ଜଣକ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡ଼ିଛି। ନବବଧୂଜଣକ ୨୦୨୪ ଜୁଲାଇ ୩ ତାରିଖରେରେ କୁଞ୍ଜ ବିହାରୀ ବଡ଼କୁମାର ତାଙ୍କ ଝିଅକୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝୀଙ୍କ ସହ ବିବାହ କରାଇଥିଲେ। ନବବଧୂ ଜଣକ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ଜଣାପଡ଼ିଛି। ଝିଅକୁ ବିବାହ ଦେବା ପରଠୁ ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ନେଇ ମୃତକ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି।। ମୃତକ ନବବଧୁକୁ ଶବବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଅପରପକ୍ଷେ ଅଭିଯୋଗକୁ ଭିତ୍ତି କରି ଗୁଣପୁର ପୁଲିସ ମୃତକଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂଙ୍କୁ ଅଟକ ରଖି  ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆଗକୁ ବଢିଥିବାର ରାୟଗଡା ଅତିରିକ୍ତ ଜିଲ୍ଲା ଆରକ୍ଷୀ ସ୍ୱସ୍ତିକ ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe