୩୦ ଫୁଟ୍‌ ଉଚ୍ଚ ଓଭର ବ୍ରିଜ୍‌ ଉପରୁ ଖସିପଡ଼ିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

Advertisment

ରାୟଗଡ଼ାରେ ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟିଛି। ପ୍ରାୟ ୩୦ ଫୁଟ୍‌ ଉପରୁ ଟ୍ୟାଙ୍କର ଖସିପଡ଼ିଛି। ଓଭର ବ୍ରିଜ ଉପରେ ଯାଉଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇଥିବା ଜଣାପଡ଼ିଛି।

ରାୟଗଡ଼ାରେ ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟିଛି। ପ୍ରାୟ ୩୦ ଫୁଟ୍‌ ଉପରୁ ଟ୍ୟାଙ୍କର ଖସିପଡ଼ିଛି। ଓଭର ବ୍ରିଜ ଉପରେ ଯାଉଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇଥିବା ଜଣାପଡ଼ିଛି।

Accident

ରାୟଗଡ଼ା: ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟିଛି। ପ୍ରାୟ ୩୦ ଫୁଟ୍‌ ଉପରୁ ଟ୍ୟାଙ୍କର ଖସିପଡ଼ିଛି। ଓଭର ବ୍ରିଜ ଉପରେ ଯାଉଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇଥିବା ଜଣାପଡ଼ିଛି। ରାୟଗଡ଼ା ସଦର ମାର୍କେଟ୍ ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାଞ୍ଚ କରୁଛି। ଫେରାର ଡ୍ରାଇଭରକୁ ମଧ୍ୟ ଖୋଜା ଚାଲିଛି।

ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ କାହାରି କୌଣସି କ୍ଷତି ହୋଇନାହିଁ। ୩୦ ଫୁଟ୍ ତଳକୁ ଟ୍ୟାଙ୍କର ଖସିଥିଲେ ମଧ୍ୟ ଡ୍ରାଇଭର ସୁରକ୍ଷିତ ଭାବେ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କାହାରି କିଛି କ୍ଷତି ହୋଇନାହିଁ। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ଯାତାୟତ ପ୍ରଭାବିତ ହୋଇଛି। 

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe