ଜାତୀୟ ଶିକ୍ଷା ନୀତି ପାଇଁ ତତ୍ପରତା: ପୁନର୍ଗଠିତ ଟାସ୍କଫୋର୍ସରେ ସ୍ଥାନ ପାଇଲେ ୧୩ ସଦସ୍ୟ

ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସକୁ ପୁନର୍ଗଠନ କରିଛନ୍ତି। ଏହା ରାଜ୍ୟରେ କିପରି ଲାଗୁ ହେବ, ‌ସେନେଇ ଟାସ୍କଫୋର୍ସ ପରାମର୍ଶ ଦେବ। ପୁନର୍ଗଠିତ ଟାସ୍କଫୋର୍ସରେ ୧୩ ଜଣ ସଦସ୍ୟ ଅଛନ୍ତି। ଏଥିରେ ଉନ୍ନୟନ କମିସନରଙ୍କୁ ଅଧ୍ୟକ୍ଷ ପଦବିରେ ନିଯୁକ୍ତ କରାଯାଇଛି।

nep

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ପାଇଁ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସକୁ ପୁନର୍ଗଠନ କରିଛନ୍ତି। ଏହା ରାଜ୍ୟରେ କିପରି ଲାଗୁ ହେବ, ‌ସେନେଇ ଟାସ୍କଫୋର୍ସ ପରାମର୍ଶ ଦେବ। ପୁନର୍ଗଠିତ ଟାସ୍କଫୋର୍ସରେ ୧୩ ଜଣ ସଦସ୍ୟ ଅଛନ୍ତି। ଏଥିରେ ଉନ୍ନୟନ କମିସନରଙ୍କୁ ଅଧ୍ୟକ୍ଷ ପଦବିରେ ନିଯୁକ୍ତ କରାଯାଇଛି।

ଉନ୍ନୟନ କମିସନରଙ୍କ ବ୍ୟତୀତ ଟାସ୍କଫୋର୍ସରେ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ପଞ୍ଚାୟତିରାଜ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅର୍ଥ, ମହିଳା ଏବଂ ଶିଶୁ ବିକାଶ, କ୍ରୀଡ଼ା ଏବଂ ଦକ୍ଷତା ବିଭାଗର ସଚିବ ରହିବେ। ସେହିପରି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ସଦସ୍ୟ ରହିବେ ବୋଲି କୁହାଯାଇଛି।

ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ‌କ୍ଷେତ୍ରରେ ଜନସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। 

ଜାତୀୟ ଶିକ୍ଷା ନୀତି ୨୦୨୦ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇଥିଲା। ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିଲେ। ତତ୍‌କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆ ଶିକ୍ଷା ନୀତି-୨୦୨୦ ଘୋଷଣା କରିଥିଲେ। ଏହା ପୂର୍ବରୁ ୨୦୨୦ ମେ’ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷା ନୀତି-୨୦୨୦କୁ ସମୀକ୍ଷା କରିଥିଲେ। ଏକ ବିଶେଷଜ୍ଞ ଦଳ ଏଥିପାଇଁ ଡ୍ରାଫ୍ଟ ତିଆରି କରିଥିଲେ। ଭାରତକୁ ବିଶ୍ବସ୍ତରରେ ଜ୍ଞାନର ଏକ ସୁପର ପାୱାର କରିବା ହେଉଛି ନୂଆ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ। ନୂଆ ଶିକ୍ଷା ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି ଦେବା ପରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe